ନାମାଙ୍କନ ଭରିବା ପୂର୍ବରୁ ବାରାଣାସୀରେ ପ୍ରଧାନମନ୍ତ୍ରୀ କରିବେ ବିଶାଳ ରୋଡ୍ ଶୋ', ଆରମ୍ଭ ହେଲାଣି ପ୍ରସ୍ତୁତି

Lok Sabha Election 2024: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 14 ତାରିଖରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବେ। ଏହାର ଗୋଟିଏ ଦିନ ପୂର୍ବରୁ, ମେ 13 ତାରିଖରେ ମୋଦୀ ନିଜ ସଂସଦ ନିର୍ବାଚନମଣ୍ଡଳୀରେ ଏକ ବିଶାଳ ରୋଡ୍ ଶୋ କରିବେ। ଯେଉଁଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସିଂହ ଦ୍ୱାରରେ ଅବସ୍ଥିତ ମାଲଭିଆ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବେ, ଏହା ପରେ ଉକ୍ତ ସ୍ଥାନରୁ କାଶୀ ବିଶ୍ୱନାଥ କରିଡର ପର୍ଯ୍ୟନ୍ତ ରୋଡ ଶୋ'କରିବେ ।

ସୂଚନା ଅନୁସାରେ, ନାମାଙ୍କନପତ୍ର ଭରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ 13 ମଇରେ କାଶୀରେ ଏକ ବିଶାଳ ରୋଡ୍ ଶୋ' କରିବେ। ଏହି ରୋଡ୍ ଶୋ' ଲଙ୍କା ସ୍ଥିତ BHU ଗେଟରୁ ଆରମ୍ଭ ହୋଇ କାଶୀ ବିଶ୍ୱନାଥ ନିକଟରେ ଶେଷ ହେବ । ଏହି ରୋଡ ଶୋ'କୁ ବିଶାଳ ଏବଂ ଗ୍ରାଣ୍ଡ କରିବା ପାଇଁ ବିଜେପି ଏବଂ ଅନ୍ୟାନ୍ୟ ସଂଗଠନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେହିପରି ଏହାକୁ ଐତିହାସିକ କରିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟା ଦଳର କର୍ମକର୍ତ୍ତା ଏବଂ ସାଧାରଣ ଜନତା ମଧ୍ୟ ଯୋଗ ଦେବେ । ଯେଉଁଥି ପାଇଁ ପ୍ରସ୍ତୁତି ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସଂଗଠନ, ସାମାଜିକ ଅନୁଷ୍ଠାନ ଏବଂ ବିଭିନ୍ନ ସମ୍ପ୍ରଦାୟର ଲୋକ ଏହି ରୋଡ୍ ଶୋ'ରେ ସାମିଲ ହେବେ ।

Lok Sabha Election 2024 PM Modi

ପିଏମ ମୋଦୀଙ୍କ ରୋଡ ଶୋ'ର ପ୍ରସ୍ତୁତି ପାଇଁ ମଙ୍ଗଳବାର ଦିନ ଲୋକସଭା ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କିପରି ବିଶାଳ କରାଯିବ ସେ ନେଇ ଆଲୋଚନା ହୋଇଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି । ଦିଲୀପ ପଟେଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ଶୋ' ଲଙ୍କାରେ ମାଲାଭିଆ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବାଠୁ ଆରମ୍ଭ ହୋଇ ଏହା ଆସୀ, ସୋନାରପୁରା, ଜଙ୍ଗମ ବରୀ, ଗୋଡାଉଲିଆ, ବାନସଫାଟକ ଦେଇ ବିଶ୍ୱନାଥ କରିଡରରେ ପହଞ୍ଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+