ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

PM Modi Egypt Visit: ଆମେରିକା ଗସ୍ତ ସାରି ଇଜିପ୍ଟ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଦୁଇ ଦିନିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ରାଜଧାନୀ କାଇରୋରେ ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ପରିଦର୍ଶନ କରିବେ । ସେ ଏହି ମସଜିଦରେ ପ୍ରାୟ ଅଧ ଘଣ୍ଟା ବିତାଇବେ ।

ଏଠାରେ ସେ ଡାୱୁଡି ବୋହ୍ରା ସମ୍ପ୍ରଦାୟର ଲୋକଙ୍କୁ ଭେଟିବେ । ଏହି ସମ୍ପ୍ରଦାୟ ସହିତ ପିଏମ ମୋଦିଙ୍କର ଏକ ବିଶେଷ ସଂଯୋଗ ରହିଛି । ଏହି ଐତିହାସିକ ମସଜିଦ 16 ତମ ଫାତିମିଦ ଖଲିଫ ଅଲ-ହାକିମ ଆମ୍ର ଆଲ୍ଲାହା (985-1021) ଙ୍କ ନାମରେ ନାମିତ । ଏହି ମସଜିଦଟି ଦଶମ ଶତାବ୍ଦୀର ଶେଷ ଭାଗରେ ଅଲ-ହାକିମ-ଆମ୍ର ଆଲ୍ଲାହାଙ୍କ ପିତା ଖଲିଫ ଅଲ-ଅଜିଜ ବିଲାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

PM Modi

ପରେ 1013 ମସିହାରେ ଅଲ-ହାକିମ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ । ଏହି ମସଜିଦ ଅଲ-ଅନୱାର ନାମରେ ମଧ୍ୟ ଜଣାଶୁଣା । କାଇରୋ ସହରର ଏହା ଦ୍ୱିତୀୟ ବୃହତ୍ତମ ଏବଂ ଚତୁର୍ଥ ପୁରାତନ ମସଜିଦ । ଏହି ମସଜିଦ 13,560 ବର୍ଗ ମିଟର ଅଞ୍ଚଳରେ ବ୍ୟାପିଛି । ଏହି ଆୟତାକାର ମସଜିଦରେ ଚାରୋଟି ବଡ ହଲ୍, 11 ଟି ଗେଟ୍ ଅଛି । ମସଜିଦ କାଇରୋରେ ଥିବା ଦାଉଦି ବୋହରା ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ଥାନ ।

ପରେ ପ୍ରଧାନମନ୍ତ୍ରୀ ମୋଦି ହେଲିଓପଲିସ୍ ମେମୋରିଆଲ ପରିଦର୍ଶନ କରିବେ । ଯେଉଁଠାରେ ସେ ପ୍ରଥମ ବିଶ୍ୱଯୁଦ୍ଧରେ ବଳିଦାନ ଦେଇଥିବା ଭାରତୀୟ ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ରାଷ୍ଟ୍ରପତି ଅଲ-ସିସିଙ୍କୁ ଭେଟିବା ପୂର୍ବରୁ ଇଜିପ୍ଟରେ ଏକ ମନ୍ତ୍ରୀ ଦଳର ଭାରତ ୟୁନିଟ୍ ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଲୋଚନା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+