ଅନୁରାଗଙ୍କ ସମର୍ଥନରେ ବାହାରିଲେ ପିଏମ ମୋଦି , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ତେଜିଲା ଜାତି ରାଜନୀତି । ଲୋକ ସଭାରେ ବଜେଟ ଉପରେ ଆଲୋଚନାବେଳେ ବିଜେପି ସାଂସଦ ଅନୁରାଗ ଠାକୁର ରାହୁଲଙ୍କ ଜାତି ପ୍ରସଙ୍ଗ ଉଠାଇବାରୁ ଆଜି ଦିନ ଭିତରେ ସଂସଦରେ ତୁମ୍ବି ତୋଫାନ ଦେଖା ଦେଇଛି । ଜନଗଣନା ପ୍ରସଙ୍ଗକୁ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଉଠାଉଛନ୍ତି ।

ଅନୁରାଗ ଠାକୁର ଏହାକୁ ନେଇ କହିଛନ୍ତି, ଯାହାଙ୍କୁ ନିଜ ଜାତି ଜଣା ନାହିଁ, ସେ ଜନଗଣନା ବିଷୟରେ କହୁଛନ୍ତି । ଏହାକୁ ନେଇ ଲୋକ ସଭା ଉଠୁଛି ପଡୁଛି । ରାହୁଲ ଗାନ୍ଧୀ ଏହି କଥାକୁ ଆଡେଇବା ସହ କ୍ଷମା ମାଗିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଆଉ ଏପଟେ ଅନରାଗ ଠାକୁରଙ୍କ ସମର୍ଥନରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Narendra modi

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଲୋକସଭାରେ ଅନୁରାଗ ଠାକୁରଙ୍କ ଅଭିଭାଷଣ ପୋଷ୍ଟ କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, "ମୋର ଯୁବ ଏବଂ ଶକ୍ତିଶାଳୀ ଯୁବ ସହକର୍ମୀ ଅନୁରାଗ ଠାକୁରଙ୍କ କଥା ଶୁଣିବା ଦରକାର । ସେ ତଥ୍ୟକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରି ଇଣ୍ଡି ମେଣ୍ଟର ମନ୍ଦ ରାଜନୀତିକୁ ପଦାରେ ପକାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+