ବଜେଟ୍ ଅଧିବେଶନ ପଶ୍ଚାତାପର ସମୟ:ପ୍ରଧାନମନ୍ତ୍ରୀ

Budget 2024: ସଂସଦରେ ଆରମ୍ଭ ହୋଇଯାଇଛି ବଜେଟ ଅଧିବେଶନ । ଆଜିଠୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଫେବ୍ରୁଆରୀ ୯ ତାରିଖରେ ଶେଷ ହେବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ । ଆଜି ପାର୍ଲାମେଣ୍ଟ ଭିତରକୁ ଯିବା ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

budget 2024

ଆଜି ପାର୍ଲାମେଣ୍ଟ ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି ମୋଦି । ଯେଉଁଠି ସେ ସଂସଦରେ ହଙ୍ଗାମା କରୁଖିବା ସାଂସଦଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଗତ ୧୦ ବର୍ଷରେ ଆପଣ କ'ଣ କରିଛନ୍ତି ତାହାର ସମୀକ୍ଷା କରନ୍ତୁ । ଏହି ଅଧିବେଶନ ଆପଣମାନଙ୍କ ପାଇଁ ପଶ୍ଚାତାପର ଅବସର । ସେହିପରି ଆସନ୍ତାକାଲି ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପିତ ହେବ ଏବଂ ଆଗାମୀ ଦିନରେ ପୂରା ବଜେଟ୍ ଉପସ୍ଥାପନା ନେଇ ଦମ୍ଭୋକ୍ତି ଦେଖାଛନ୍ତି ମୋଦି ।

ସୂଚନାଥାଉ ଯେ, ଆଜିଠାରୁ ଆରମ୍ଭ ହୋଇଯାଇଛି ସଂସଦର ବଜେଟ୍ ଅଧିବେଶନ । 17ଶ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ । ଏହି ଅଧିବେଶନ ଫେବୃଆରୀ 9 ତାରିଖ ପର୍ଯ୍ୟନ୍ତ ଚାଲିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ଏହା ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ।

ସେହିପରି ସଂସଦର ଶେଷ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ସମସ୍ତ ବିରୋଧୀ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଯାଇଛି । ଏନେଇ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଗତ ସଂସଦ ଅଧିବେଶନରେ ଉତ୍ତେଜନା ଓ ପ୍ରଦର୍ଶନ ଯୋଗୁଁ 146 ବିରୋଧୀ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା। ଏଭଳି ପରିସ୍ଥିତିରେ, ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+