ଆଜି ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, ତେଲେଙ୍ଗାନା ପାଇଁ ବିଜେପିର ଘୋଷଣା ପତ୍ର ଜାରି କରିବେ ଶାହ
Assembly Election 2023: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 18 ନଭେମ୍ବର 2023ରେ ନିର୍ବାଚନ ରାଜ୍ୟ ରାଜସ୍ଥାନ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଏଠାରେ ନାଗୌର ଏବଂ ଭରତପୁରରେ ସାଧାରଣ ସଭା କରିବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତେଲେଙ୍ଗାନା ପାଇଁ ଭାରତୀୟ ଜନତା ପାର୍ଟିର ଘୋଷଣା ପତ୍ର ଜାରି କରିବେ । ମିଳିଥିବା ସୂଚନା ଅନୁସାରେ ଅମିତ ଶାହ ଆଜି ହାଇଦ୍ରାବାଦରେ ରହିବେ।

ଆଜି ରାଜସ୍ଥାନରେ କଂଗ୍ରେସ ମଧ୍ୟ ନିର୍ବାଚନୀ ଯାତ୍ରା କରିବା ନେଇ ସୂଚନା ରହିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଲୱାର ଏବଂ ଭରତପୁରରେ ନିର୍ବାଚନ ସଭା କରିବେ। ବିଜେପି ଜାତୀୟ ସଭାପତି ଜେପି ନ.ଡ୍ଡା ମଧ୍ୟ ରାଜସ୍ଥାନରେ ନିର୍ବାଚନ ଗସ୍ତ କରିବେ । ଜେପି ନ.ଡ୍ଡା ବିଲାର, ଓସିଆନ ଏବଂ ଜୈସଲମେରରେ ସାଧାରଣ ସଭା କରିବେ।
ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଜାବର ହୋଶିଆରପୁର ଗସ୍ତ କରିବେ। ସିଏମ କେଜ୍ରିୱାଲ ହୋଶିଆରପୁରରେ ମେଡିକାଲ କଲେଜ ଏବଂ ହସ୍ପିଟାଲର ମୂଳଦୁଆ ପକାଇବେ।
ପ୍ରଧାନମନ୍ତ୍ରୀ ମୋଦୀ ସକାଳ 11: 45 ରେ ଭରତପୁରର ଏମ.ଏସ. ଜେ କଲେଜରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକ୍ରମ ନାଗୌରରେ ରହିବ । ଏଠାରେ ସେ ଦିନ 3:15 ରେ ଦର୍ଶନ ପାଇଁ ଭୀର ତେଜାଜୀ ମନ୍ଦିରକୁ ଯିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକ୍ରମ ନାଗୌର ଜିଲ୍ଲା କ୍ରୀଡ଼ା ଷ୍ଟାଡିୟମରେ ରହିଛି, ପ୍ରଧାନମନ୍ତ୍ରୀ ବିଜୟ ସଙ୍କଲପ ସଭାରେ ଅପରାହ୍ନ 4 ଟା ସମୟରେ ଯୋଗଦେବେ।
ସେହିପରି ତେଲେଙ୍ଗାନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତେଲେଙ୍ଗାନା ଗସ୍ତ ସମୟରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ। ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଅମିତ ଶାହ ମନିଫେଷ୍ଟୋ ପ୍ରକାଶ କରିବେ। ନିର୍ବାଚନୀ ଇସ୍ତହାର ପ୍ରକାଶ କରିବା ପରେ ଅମିତ ଶାହ ଗାଡୱାଲରେ ଦିନ 12:45 ରୁ 1.20 ମଧ୍ୟରେ ଏକ ବୌଠକକୁ ସମ୍ବୋଧିତ କରିବେ। ଏହା ପରେ ଅମିତ ଶାହ ଦିନ 02:30 ରେ ନାଲଗୋଣ୍ଡାରେ ଏକ ସାଧାରଣ ସଭା କରିବେ । ଏହା ପରେ ଅମିତ ଶାହ ଦିନ 04 ଟା ସମୟରେ ୱାରଙ୍ଗାଲରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ।












Click it and Unblock the Notifications