କୁଏତରେ ଓଡିଆ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ସେଠାରେ ଭାରତୀୟ ତଥା ଓଡ଼ିଆ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । କ୍ୟାମ୍ପରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ଜଣେ ଓଡ଼ିଆ ଯୁବକଙ୍କ ସହ ଓଡ଼ିଆରେ ମୋଦି କଥା ହୋଇଛନ୍ତି। ଯୁବକଙ୍କୁ ଜୟ ଜଗନ୍ନାଥ କହିବା ସହ ଧନ୍ୟବାଦ କହିଥିଲେ। ଏଥିସହିତ ମୋଦି କହିଛନ୍ତି, ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଏବଂ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ। ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ ବୋଲି ମୋଦି କହିଛନ୍ତି।
କୁଏତରେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଭାରତୀୟ ଶ୍ରମିକମାନେ ଖୁସି ବ୍ୟକ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ଓଡିଶାର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିଖୋଟ ଅଞ୍ଚଳର ଜଣେ ଶ୍ରମିକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପରିଚୟ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହିଥିଲେ । ଓଡିଆ ଶ୍ରମିକ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କହିଥିଲେ । ୧୪୦ କୋଟି ଦେଶବାସୀଙ୍କ ଝାଳ ବୁହା ପରିଶ୍ରମ ପାଇଁ ଦେଶ ଆଗଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଅନ୍ୟଜଣେ ଶ୍ରମିକଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶରେ ବିକାଶ ହେଉଛି ଭଲ କଥା । ବିକାଶର ମାନେ ନୁହେଁ କେବଳ ଭଲ ରାସ୍ତା, ଭଲ ଏୟାରପୋର୍ଟ, ଭଲ ରେଳ ଷ୍ଟେସନ । ବିକାଶର ପ୍ରକୃତ ଅର୍ଥ ପ୍ରତି ଘରେ ଶୌଚାଳୟ । ଗରିବଙ୍କ ଘରେ ଶୌଚାଳୟ ହେବା ମୋର ଲକ୍ଷ୍ୟ । ଆମେ ୧୧କୋଟି ଶୌଚାଳୟ ତିଆରି କରିଛୁ । ୪କୋଟି ପକ୍କା ଘର ଗରିବଙ୍କୁ ଦେଉଛୁ । ମାତ୍ର ଆହୁରି କାମ କରିବାର ଅଛି । ମୋ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଗରିବଙ୍କ ଗରିମା । ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ହେବ ତାହାକୁ ଗୁରୁତ୍ବ ଦିଆଯାଉଛି । ସେମାନଙ୍କୁ ଯେପରି କାହାକୁ କିଛି ନମାଗିବାକୁ ପଡୁ ସେ ଦିଗରେ ୧୦ ବର୍ଷ ହେବ କାମ କରୁଛୁ ।












Click it and Unblock the Notifications