ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଶନିବାର ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୋଦି ।
ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୋଦି । ପ୍ରଭୁ ଗଣପତିଙ୍କ ନିକଟରେ ପ୍ରଦୀପ ଜଣାଇ ହସ୍ପିଟାଲର ଶୁଭାରମ୍ଭ କରିଛନ୍ତି । ଆଧୁନିକ ଉପକରଣ ସହ ଏହି ହସ୍ପିଟାଲରେ ଚିକିତ୍ସା ପାଇବେ ରୋଗୀ । ପିଏମ ମୋଦି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ନେଇ ସର୍ବଦା ଚେଷ୍ଟା କରିଥାନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀ ମାନେ ମଧ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ହସ୍ପିଟାଲର ନୀରିକ୍ଷଣ କରିଛନ୍ତି । ପୁରା ହସ୍ପିଟାଲ ବୁଲି ଦେଖୁଛନ୍ତି ପିଏମ ମୋଦି ।

ଗୁଜୁରାଟର ସମବାୟ କ୍ଷେତ୍ର ସମଗ୍ର ଦେଶ ପାଇଁ ଏକ ରୋଲ ମଡେଲ ହୋଇପାରିଛି । ରାଜ୍ୟ ସମବାୟ କ୍ଷେତ୍ରରେ 84 ହଜାରରୁ ଅଧିକ ସମିତି ରହିଛି । ଏହି ସମିତି ଗୁଡିକରେ ପ୍ରାୟ 231 ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି । ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ବରୂପ, ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ 'ସହକାର ସେ ସମୃଦ୍ଧି' ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ 7ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ ।ଚାଷୀଙ୍କ ଉତ୍ପାଦକତା ଆହୁରି ବଢାଇବା ଏବଂ ସେମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପ ସ୍ବରୂପ, ପ୍ରଧାନମନ୍ତ୍ରୀ କାଲୋଲର ଇଫକୋଠାରେ ପ୍ରାୟ 175 କୋଟି ଟଙ୍କା ବ୍ୟୟରେ ନିର୍ମିତ ନାନୋ ୟୁରିଆ କାରଖାନାକୁ ମଧ୍ୟ ଉଦଘାଟନ କରିବେ । ନାନୋ ୟୁରିଆର ଉପଯୋଗ ଦ୍ବାରା ଯେମିତି ଅମଳ ବୃଦ୍ଧି ପାଇବ, ତାହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ନାନୋ ସାର କାରଖାନା ସ୍ଥାପନ କରାଯାଇଛି । ଏହି କାରଖାନା ଦିନକୁ 5 ଶହ ମିଲିଲିଟର ବିଶିଷ୍ଟ ପ୍ରାୟ 1.5 ଲକ୍ଷ ବୋତଲ ଉତ୍ପାଦନ କରିବ ।
ପ୍ରଧାନମନ୍ତ୍ରୀ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ । ଯାହା କି ପଟେଲ ସେବା ସମାଜ ଦ୍ବାରା ପରିଚାଳିତ ହେଉଛି । ଏହା ଉନ୍ନତ ମାନର ମେଡିକାଲ ଉପକରଣ ଉପଲବ୍ଧ କରାଇବ । ଉକ୍ତ ଅଞ୍ଚଳର ଲୋକଙ୍କ ପାଇଁ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇଦେବ । ପରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧିତ କରିବେ ।












Click it and Unblock the Notifications