Get Updates
Get notified of breaking news, exclusive insights, and must-see stories!

ଜୋ ବାଇଡେନଙ୍କ ପତ୍ନୀଙ୍କୁ 7.5 କ୍ୟାରେଟ 'ହୀରା' ଗିଫ୍ଟ କଲେ ମୋଦି

ୱାସିଂଟନ୍‌: ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ 'ଫାଷ୍ଟ୍‌ ଲେଡି' ଜିଲ୍‌ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆମେରିକାର ହ୍ବାଇଟ୍‌ ହାଉସକୁ ମୋଦିଙ୍କୁ ପାଛୋଟି ନେଇଥିଲେ ରାଷ୍ଟ୍ରପତି ଦମ୍ପତ୍ତି ।

ସ୍ୱାଗତ ସମ୍ୱର୍ଦ୍ଧନା ପରେ ଦୁଇ ନେତା ପରସ୍ପରକୁ ଉପହାର ଦେଇଛନ୍ତି । ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ଗ୍ରୀନ୍ ୭.୫ କ୍ୟାରେଟର ଡାଇମଣ୍ଡ (ହୀରା) ଉପହାର ଭାବେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାଶ୍ମୀରରେ ତିଆରି ହୋଇଥିବା ଏକ ଆକର୍ଷଣୀୟ ଛୋଟ ପେଡିରେ ଏହି ହୀରାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

PM Modi

ସେହିପରି ଜୋ ବାଇଡେନଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି । କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । କେବଳ ଏତିକି ନୁହଁ, ପଞ୍ଜାବର ଘିଅ, ଝାଡଖଣ୍ଡର ଟସର କପଡା, ଉତରଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି । ଏହା ସହ ଏକ ଚନ୍ଦନ ପେଡ଼ି ମଧ୍ୟ ଉପହାରରେ ରହିଛି । ଏହି ଚନ୍ଦନ ପେଡିରେ ରହିଛି, ରୁପାର ଗଣେଶ ମୂର୍ତି, ରୁପାର ତେଲ ଦୀପ ଓ ରୂପାର ନଡ଼ିଆ ।

ସେହିପରି ମୋଦିଙ୍କୁ ମଧ୍ୟ ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମୋଦିଙ୍କୁ ଏକ ସ୍ୱତନ୍ତ୍ର କ୍ୟାମେରା ଓ ପୁସ୍ତକ ଉପହାର ଭାବେ ଦେଇଛନ୍ତି ବାଇଡେନ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+