ଭାରତୀୟ ପାଣିପାଗ ବିଭାଗର ବିକାଶ ଯୋଗୁଁ ସାରା ବିଶ୍ୱ ଲାଭାନ୍ୱିତ ହେଉଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ବିକାଶ ଯୋଗୁଁ ବିପର୍ଯ୍ୟୟ ପରିଚାଳନା ସାମର୍ଥ୍ୟରେ ବୃଦ୍ଧି ଘଟିଛି ଏବଂ ଏହାର ଲାଭ ସାରା ବିଶ୍ୱକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଶନ ମୌସମର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଦେଢ଼ଶହ ବର୍ଷର ଯାତ୍ରା କେବଳ ସେହି ବିଭାଗ ପାଇଁ ନୁହେଁ ବରଂ ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ଏକ ଗୌରବମୟ ଯାତ୍ରା । ସେ କହିଛନ୍ତି ବିଗତ ଦେଢ଼ଶହ ବର୍ଷରେ କୋଟି କୋଟି ଭାରତୀୟଙ୍କୁ ପାଣିପାଗ ବିଭାଗ ସେବା ଯୋଗାଇଦେବା ସହ ଭାରତୀୟ ବୈଜ୍ଞାନିକ ମାନଙ୍କ ଉପଲବ୍ଧିର ପ୍ରତୀକ ପାଲଟିଛି ।
ସେ କହିଛନ୍ତି ଗବେଷଣା ଏବଂ ନୂତନତ୍ୱ କ୍ଷେତ୍ରରେ ପାଣିପାଗ ସମ୍ବନ୍ଧୀୟ ବିଜ୍ଞାନ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ଭିତ୍ତିଭୂମି ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଅଭୂତପୂର୍ବ ବୃଦ୍ଧି ଘଟିଛି । ସେ କହିଛନ୍ତି ଦେଶକୁ ଜଳବାୟୁ ଅନୁକୂଳ ସକ୍ଷମ ରାଷ୍ଟ୍ରରେ ପରିଣତ କରିବା ଲାଗି ମିଶନ ମୌସମ ଆରମ୍ଭ କରାଯାଇଛି । ଏଥରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରାଯାଇପାରିବ ।

କ୍ଷେତ୍ରରେ ଭାରତୀୟ ପାଣିପାଗ ବିଭାଗର ଫ୍ଲଡ ଗାଇଡାନ୍ସ ସିଷ୍ଟମ ନେପାଳ, ଭୂଟାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ମଧ୍ୟ ସହାୟତା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପାଣିପାଗ ସ୍ଥିରତା ଏବଂ ଜଳବାୟୁ ପରିବର୍ତନ ଅନୁକୂଳ ପାଇଁ ଆଇଏମ୍ଡି ଭିଜନ ୨୦୪୭ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରିବା ସହ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି ।












Click it and Unblock the Notifications