ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଇଣ୍ଡିଆ ଗେଟରେ ଉନ୍ମୋଚିତ ହେଲା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ: ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନ୍ଯତମ ଅଗ୍ରଣୀ ସାଧକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 125 ତମ ଜୟନ୍ତୀ। ଏହି ଦିନକୁ ଚିର ସ୍ମରଣୀୟ କରିବାକୁ ଭାରତ ସରକାର ନେଇଛନ୍ତି ଏକ ଐତିହାସିକ ପଦକ୍ଷେପ । ନୂଆଦିଲ୍ଲୀର ଇଣ୍ଡିଆ ଗେଟର ଛତ୍ର ତଳେ ଯେଉଁଠାରେ ଆମର ଯବାନ ଜ୍ଯୋତି ପ୍ରଜ୍ଵଳିତ ହେଉଥିଲା ସେହି ସ୍ଥାନରେ ସ୍ଥାନିତ ହୋଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀକୁ ଆଜି ପରାକ୍ରମ ଦିବସ' ଭାବରେ ସମଗ୍ର ଦେଶ ପାଳନ କରୁଛି। ରବିବାର ଦେଶର ବିଭିନ୍ନ ରାଜ୍ୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମୋଦୀଜୀ 125 ତମ ଜନ୍ମ ବାର୍ଷିକୀରେ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିମୂର୍ତ୍ତି ଦେଶର ଆଗାମୀ ପିଢୀକୁ ବୀରତ୍ୱ, ଦେଶପ୍ରେମ ଏବଂ ବଳିଦାନର ପ୍ରେରଣା ଯୋଗାଇବ। ଏହି ପ୍ରତିମୂର୍ତ୍ତି ଦେଶର କୋଟି କୋଟି ଲୋକଙ୍କ ଭାବନାର ଏକ ଅଭିବ୍ୟକ୍ତି ହେବ । ଶୀଘ୍ର ହୋଲଗ୍ରାମ ସ୍ଥାନରେ ଏକ ବିରାଟ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭାରତର ସାହସୀ ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀରେ ମୁଁ ପ୍ରଣାମ କରୁଛି। ଭାରତର ମାଟିରେ ପ୍ରଥମ ସ୍ଵାଧୀନ ସରକାର ପ୍ରତିଷ୍ଠା କରିଥିବା ନେତାଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟ୍ ନିକଟରେ ଏକ ଡିଜିଟାଲ୍ ଫର୍ମରେ ସ୍ଥାପନ କରାଯାଉଛି। ଖୁବ୍ ଶୀଘ୍ର ଏହି ହୋଲୋଗ୍ରାମ୍ ପ୍ରତିମୂର୍ତ୍ତିକୁ ଏକ ବିରାଟ ଗ୍ରାନାଇଟ୍ ପ୍ରତିମୂର୍ତ୍ତିର ରୂପ ନେବ।
#WATCH | Prime Minister Narendra Modi unveiled hologram statue of Netaji Subhas Chandra Bose at India Gate on his 125th birth anniversary #ParakramDiwas pic.twitter.com/vGQMSzLgfc
— ANI (@ANI) January 23, 2022
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ କହିଛନ୍ତି ଯେ ଗୁଜୁରାଟରେ 2001 ଭୂକମ୍ପ ପରେ ଯାହା ଘଟିଛି ତାହା ବିପର୍ଯ୍ୟୟ ପରିଚାଳନାର ଅର୍ଥ ବଦଳାଇ ଦେଇଛି। ଆମେ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟକୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ପକାଇଛୁ। ସେହି ସମୟର ଅନୁଭୂତିରୁ ଶିକ୍ଷା କରି ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ 2003 ରେ ପ୍ରଣୟନ କରାଯାଇଥିଲା। ଆମେ ରିଲିଫ୍, ଉଦ୍ଧାର ଏବଂ ପୁନର୍ବାସ ଉପରେ ଗୁରୁତ୍ୱ ଦେଇ ସଂସ୍କାର ଉପରେ ଗୁରୁତ୍ୱ ଦେଇଛୁ । ଆମେ ସମଗ୍ର ଦେଶରେ NDRFକୁ ମଜବୁତ, ଆଧୁନିକୀକରଣ, ବିସ୍ତାର କରିଛୁ । ସ୍ପେସ୍ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ଯୋଜନା ଏବଂ ପରିଚାଳନା ପର୍ଯ୍ୟନ୍ତ ସର୍ବୋତ୍ତମ ସମ୍ଭାବ୍ୟ ଅଭ୍ୟାସଗୁଡିକ ଗ୍ରହଣ କରାଯାଇଥିଲା ।
ଶହେ ବର୍ଷ ତଳେ ନେତାଜୀ ସ୍ଵପ୍ନର ଭାରତ ନିର୍ମାଣ ପାଇଁ ସ୍ଵପ୍ନ ଦେଖିଥିଲେ । ନେତାଜୀ କହିଥିଲେ ଭାରତକୁ ଦୁନିଆର କୌଣସି କ୍ଷମତା ହରାଇ ପାରିବ ନାହିଁ । ସ୍ୱାଧୀନ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଆଜି ଆମର ଲକ୍ଷ୍ୟ ଅଛି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ନିଜର ପରିଚୟ ଏବଂ ପ୍ରେରଣାକୁ ପୁନର୍ଜୀବିତ କରିବ। ଏହା ଦୁର୍ଭାଗ୍ୟଜନକ ଯେ, ସ୍ଵାଧୀନତା ପରେ ପରେ ଦେଶର ସଂସ୍କୃତି ଏବଂ ରୀତିନୀତି ସହିତ ବହୁ ମହାନ ବ୍ୟକ୍ତିତ୍ୱର ଅବଦାନକୁ ଲିଭାଇବା ପାଇଁ କାର୍ଯ୍ୟ କରାଯାଇଥିଲା। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ପୂର୍ବାହ୍ନରେ ସଂସଦ ଗୃହରେ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ରକୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥି ସହିତ, ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଗଣତନ୍ତ୍ର ଦିବସ ପାଳନ 24 ଜାନୁୟାରୀରୁ ଆରମ୍ଭ ହେବା ପରିବର୍ତ୍ତେ 23 ଜାନୁୟାରୀରୁ ଆରମ୍ଭ ହେବ କାରଣ, ଏହି ଦିନ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ । ଗଣତନ୍ତ୍ର ଦିବସ ପାଳନ ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଅନ୍ତର୍ଭୁକ୍ତ କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଥିଲା
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications