ନୂଆ ସଂସଦ ଭବନରେ ରାଷ୍ଟ୍ରୀୟ ପ୍ରତୀକ, ଲୋକର୍ପିତ କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପୁରୁଣା ତଥା ବର୍ତ୍ତମାର ସଂସଦ ଭବନର ଠିକ ନିକଟରେ ଏହି ନୂତନ ତଥା ଅତ୍ୟାଧୁନିକ ସଂସଦ ଭବନ ନିର୍ମାଣ କରାଯାଉଛି ।

pm modi
ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ତମ୍ବାରେ ତିଆରି କରାଯାଇଥିବା ବେଳେ ଏହାର ଉଚ୍ଚତା 6.5 ମିଟର ଓ ଓଜନ 9 ହଜାର 500 କିଲୋଗ୍ରାମ । ଏହାକୁ 8ଟି ପର୍ଯ୍ୟାୟରେ ତିଆରି କରାଯାଇଛି ।

ନୂତନ ସଂସଦ ଭବନରେ ଜାତୀୟ ପ୍ରତୀକର ଉନ୍ମୋଚନ ଅବସରରେ ବିଦ୍ଧି ଭାବରେ ପୂଜାର୍ଚ୍ଚନା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପବାଚସ୍ପତି ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ରହିଥିଲେ । ଉଦଘାଟନ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+