ପିଏମ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୧ କୋଟି ୬୦ ଲକ୍ଷ ଏଲ୍.ପି.ଜି. ନୂଆ ସଂଯୋଗ
ସରକାର କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୫-୨୬ ପର୍ଯ୍ୟନ୍ତ ଏକ କୋଟି ୬୦ ଲକ୍ଷ ଏଲ୍.ପି.ଜି. ସଂଯୋଗ ପ୍ରଦାନ କରାଯାଇଛି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଗୃହରେ ସୂଚନା ଦେଇ କହିଛନ୍ତି, ୨୫-୨୬ ବର୍ଷରେ ଗ୍ୟାସ୍ ସଂଯୋଗୀକରଣ କ୍ଷେତ୍ରରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଚଳିତ ବର୍ଷ ଗତ ଜୁଲାଇ ମାସରେ ପୂର୍ଣ୍ଣ ହୋଇଛି ।

ସେ କହିଛନ୍ତି, ସରକାରଙ୍କ ଉଦ୍ୟମ ଫଳରେ ଦେଶରେ ଏଲ୍.ପି.ଜି. ସଂଯୋଗିକରଣ ୨୦୧୬ ଏପ୍ରିଲ୍ ମାସ ଠାରୁ ୬୨ ପ୍ରତିଶତ ବୃଦ୍ଧି ପାଇଛି । ମନ୍ତ୍ରୀ କହିଛନ୍ତି, ଦେଶରେ ଥିବା ଗରିବ ମହିଳାମାନଙ୍କୁ ବିନା ଦେୟରେ ଏଲ୍.ପି.ଜି. ସଂଯୋଗୀକରଣ ଗତ ୨୦୧୬ ମେ ମାସ ଠାରୁ ଯୋଗାଇ ଦିଆଯିବା ଆରମ୍ଭ ହୋଇଥିଲା ।
ଶ୍ରୀ ଗୋପୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପ୍ରଥମ ପର୍ଯ୍ୟାୟରେ ୨୦୧୯ ସେପ୍ଟେମ୍ବର ମାସରେ ୮ କୋଟି ଏଲ୍.ପି.ଜି. ସଂଯୋଗ ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଏଲ୍.ପି.ଜି. ରିଫିଲ୍ ବୁକିଂ କ୍ଷେତ୍ରରେ ଏସ୍.ଏମ୍.ଏସ୍., ଆଇ.ବି.ଆର୍.ଏସ୍., ହ୍ୱାଟସ୍ଆପ୍ କଲିଂ, ଇ-କମର୍ସ ପ୍ଲାଟ୍ଫର୍ମ ଆଦି ମାଧ୍ୟମରେ ସହଜ ଏବଂ ସରଳ କରାଯାଇଛି । ଏହି ସୁବିଧା ତୈଳ ମାର୍କେଟିଂ କମ୍ପାନୀ ଆପ୍ସ ଏବଂ ଙଗଉଗ୍ଦ ୱେବ୍ ପୋର୍ଟାଲ୍ରେ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେଉଛି ।












Click it and Unblock the Notifications