'ଯେତେ ସମୟ ଲାଗିଲେ ମଧ୍ୟ ମୁଁ ସଡ଼କ ପଥରେ ଯିବି', ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଣିପୁର ପହଞ୍ଚିଥିଲେ । ଆଜିର ଗସ୍ତ ବେଳେ ତାଙ୍କର ଦୃଢ଼ସଂକଳ୍ପର ଝଲକ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଇମ୍ଫାଲ୍ ଏୟାରପୋର୍ଟରେ ଲ୍ୟାଣ୍ଡ ବେଳେ ସେଠାରେ ପ୍ରବଳ ବର୍ଷା ହେଉଥିଲା । ପାଗ ଏତେ ଖରାପ ଥିଲା ଯେ ଚୁଡାଚାନ୍ଦପୁର ଯାଏ ତାଙ୍କ ହେଲିକପ୍ଟର ଉଡାଣକୁ ରଦ୍ଦ କରିବାକୁ ପଡ଼ିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସଡ଼କପଥରେ ଚୁଡାଚନ୍ଦପୁର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ପିଏମ୍ ମୋଦୀଙ୍କ କହିବା କଥା ଥିଲା, ସେ ଲୋକମାନଙ୍କୁ ଭେଟିବେ ଓ ତାଙ୍କ ସହ କଥା ହେବେ । ଖରାପ ପାଗ ଏଥିରେ ବାଧା ହୋଇପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଇମ୍ଫାଲରୁ ଚୁଡାଚାନ୍ଦପୁରକୁ ସଡକ ପଥରେ ଯିବା ପାଇଁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗେ ।

ସୂଚନା ଅନୁସାରେ ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ରାଜଧାନୀ ଇମ୍ଫାଲରେ ପହଞ୍ଚିବା ସମୟରେ ପ୍ରବଳ ବର୍ଷା ହେଉଥିଲା। ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ଷା ଯୋଗୁଁ ପାଗ ହେଲିକପ୍ଟର ଯୋଗେ ଚୁରାଚାନ୍ଦପୁର ଯାତ୍ରା କରିବା ପାଇଁ ସୁରକ୍ଷିତ ନୁହେଁ। ରାଲି ସ୍ଥାନଟି ସଡ଼କ ପଥରେ ପ୍ରାୟ ଦେଢ଼ ଘଣ୍ଟା ଦୂରରେ ଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଯେ ସେ ସଡ଼କ ପଥରେ ରାଲି ସ୍ଥାନରେ ପହଞ୍ଚିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୁରାଚାନ୍ଦପୁର ପର୍ଯ୍ୟନ୍ତ ସଡ଼କ ପଥରେ ୬୫ କିଲୋମିଟର ଯାତ୍ରା କରିଥିଲେ ଏବଂ ମଣିପୁର ହିଂସାର ପୀଡିତଙ୍କୁ ମଧ୍ୟ ଭେଟିଥିଲେ।
ସୁରକ୍ଷାକର୍ମୀଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେ ସମୟ ଲାଗିଲେ ମଧ୍ୟ ସେ ନିଶ୍ଚିତ ଭାବରେ ଯିବେ ଓ ହିଂସା ପୀଡିତଙ୍କ ସହ କଥା ହୋଇପାରିବେ। ସେ ମଧ୍ୟ ସେହିପରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଡ଼କ ପଥରେ ଯାତ୍ରା କରିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା।
୨୦୨୩ ମେ'ରେ ଆରମ୍ଭ ହୋଇଥିବା ଜାତିଗତ ହିଂସା ପରେ ନିଜ ପ୍ରଥମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଶାନ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଦ୍ୱାରା ଦୁଇ ସଂଘର୍ଷରତ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏଠାରେ ହିଂସା ହୋଇଛି । ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଭାରତ ସରକାର ଆପଣଙ୍କ ସହ ଅଛନ୍ତି ଓ ମୁଁ ଆପଣଙ୍କ ସହ ଅଛି ।












Click it and Unblock the Notifications