ପ୍ରଧାନମନ୍ତ୍ରୀ ମୋଦି ଦେଖିବେ 'The Sabarmati Report'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟାରେ ଫିଲ୍ମ 'ଦ ସାବରମତି ରିପୋର୍ଟ' ଦେଖିବେ । ପିଏମ୍ ମୋଦି ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା କରିସାରିଛନ୍ତି । ଏଥିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଗୁଜରାଟର ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା କାଣ୍ଡ ଉପରେ ଏହି ଫିଲ୍ମ ଆଧାରିତ । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବାଲଯୋଗୀ ଅଡିଟୋରିୟମରେ ଏହି ଫିଲ୍ମ ଦେଖିବେ । ସୂଚନାନୁସାରେ, ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ ଏବଂ ଏହାକୁ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।
ଏହି ମୁଭିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଅଭିନୟ ଫିଲ୍ମକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ମୁଭିରେ ସେ ଜଣେ ଆଇନଜୀବୀ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ତାଙ୍କ ଆଦର୍ଶ ଏବଂ ନ୍ୟାୟ ପାଇଁ ଲଢନ୍ତି। ତାଙ୍କର ଶକ୍ତିଶାଳୀ ପ୍ରଦର୍ଶନ ଏବଂ ଚିତ୍ତାକର୍ଷକ ସଂଳାପ ଚଳଚ୍ଚିତ୍ର ସମିକ୍ଷକଙ୍କୁ ଆଶ୍ୱସ୍ତ କରିପାରିଛି।
ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧ୍ରା ଘଟଣାର ସତ୍ୟତା ଏବଂ ଗଣମାଧ୍ୟମର ଭୂମିକା ଉପରେ ଆଧାରିତ ଫିଲ୍ମ ଧ'ଦ ସାବରମତି ରିପୋର୍ଟ' ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମୁଭିର କାହାଣୀ ସମର କୁମାର (ବିକ୍ରାନ୍ତ ମେସି) ନାମକ ଜଣେ ହିନ୍ଦୀ ଏଣ୍ଟରଟେନମେଣ୍ଟ ଜର୍ନାଲିଷ୍ଟଙ୍କୁ ଘେରିଛି, ଯାହାକୁ ଇଂରାଜୀ ସାମ୍ବାଦିକମାନେ ଅବମାନନା କରୁଛନ୍ତି।

ଅନ୍ୟପକ୍ଷରେ, ମାଣିକା ରାଜପୁରୋହିତ (ରିଦ୍ଧି ଡୋଗ୍ରା) ଜଣେ ଜ୍ୱଳନ୍ତ ତଥା ଲୋକପ୍ରିୟ ନ୍ୟୁଜ ଆଙ୍କର୍ ଯିଏ ତାଙ୍କ ମାଲିକଙ୍କ ନିର୍ଦ୍ଦେଶରେ ମିଥ୍ୟା ରିପୋର୍ଟ କରନ୍ତି । ଗୋଧ୍ରା ଘଟଣାର ସତ୍ୟତାକୁ ପ୍ରକାଶ କରିବା ପାଇଁ ସମର ଦୃଢ ପ୍ରମାଣ ପାଆନ୍ତି, କିନ୍ତୁ ଗଣମାଧ୍ୟମ ଭିତରେ ଥିବା ଦୁର୍ନୀତି ଏବଂ ମିଥ୍ୟା ଖବର ଦେଖାଇବା ଷଡଯନ୍ତ୍ର ତାଙ୍କ ପାଇଁ ଏକ ବଡ଼ ବିପଦ।
ଏହି ଫିଲ୍ମକୁ କେତେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି । ପ୍ରାୟ ୫୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ବିକ୍ରାନ୍ତ ମେସିଙ୍କ ସହ ରିଦ୍ଧି ଡୋଗ୍ରା, ରାଶି ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ସେପଟେ ଏହାରି ମଧ୍ୟରେ ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ନମସ୍କାର, ଗତ କିଛି ବର୍ଷ ଭଲ ଥିଲା । ଆପଣଙ୍କ ସପୋର୍ଟ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।
କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ଘରକୁ ଫେରିବାର ସମୟ ଆସିଛି । ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ଭେଟିବା । ଶେଷ ୨ ଫିଲ୍ମ ଏବଂ ଅନେକ ବର୍ଷର ସ୍ମୃତି । ପୁଣିଥରେ ଧନ୍ୟବାଦ, ସବୁକିଛି ପାଇଁ ମୁଁ ସବୁଦିନ ଋଣି' । ବିକ୍ରାନ୍ତଙ୍କ ଏହି ଘୋଷଣା ଫ୍ୟାନ୍ସ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।












Click it and Unblock the Notifications