ଆସନ୍ତା ୨୩ରୁ ୪ ଦିନିଆ ବ୍ରିଟେନ୍‍ ଓ ମାଳଦୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍‍ ଏବଂ ମାଳଦୀପକୁ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦୁଇ ରାଷ୍ଟ୍ରୀୟ ଗସ୍ତରେ ଯିବେ । ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦୀ ବ୍ରିଟେନ୍‍ ଯିବେ । ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ କେର୍‍ ଷ୍ଟାର୍‍ମର୍‍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ଶ୍ରୀ ମୋଦୀ ବ୍ରିଟେନ୍‍ ପ୍ରତିପକ୍ଷଙ୍କ ସହ ଭାରତ-ବ୍ରିଟେନ୍‍ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ କରିବା ନେଇ ଆଲୋଚନା କରିବାର ସମ୍ଭାବନା ରହିଛି । ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିବେ ।

ଶ୍ରୀ ମୋଦୀ କିଙ୍ଗ ଚାର୍ଲସ୍‍ ତୃତୀୟଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି । ଉଭୟ ନେତା ବାଣିଜ୍ୟ, ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ରଣନୈତିକ ଭାଗିଦାରିତାର ଉନ୍ନତି ଦିଗରେ ଆଲୋଚନା କରିବେ । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ୍‍କୁ ଚତୁର୍ଥ ଗସ୍ତ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ୨୫ ତାରିଖରୁ ଦୁଇ ଦିନିଆ ମାଳଦୀପ୍‍କୁ ଗସ୍ତ କରିବେ । ମାଳଦୀପ୍‍ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି ।

PM Modi

ମାଳଦୀପର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ଶ୍ରୀ ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଏହି ଗସ୍ତ କାଳରେ ଶ୍ରୀ ମୋଦୀ ମାଳଦୀପର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଭାରତ-ମାଳଦୀପ ମିଳିତ ଭିଜନ 'ବ୍ୟାପକ ଅର୍ଥନୀତି ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରିତା' କାର୍ଯ୍ୟକାରିତାର ବିକାଶ ଉପରେ ଉଭୟ ନେତା ଅନୁଧ୍ୟାନ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ ଏବଂ ସଦୃଢ଼ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି । ଏହା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମାଳଦୀପକୁ ତୃତୀୟ ଗସ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+