ଆସନ୍ତା ୩ ତାରିଖରୁ ଥାଇଲାଣ୍ଡ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷଷ୍ଠ ବିମ୍‍ଷ୍ଟେକ୍‍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାମାସ ୩ ତାରିଖରୁ ବ୍ୟାଙ୍କକ୍‍କୁ ୨ ଦିନିଆ ଗସ୍ତରେ ଯିବେ । ଆଜି ନୂଆଦିଲ୍ଲୀ ଠାରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ଜୟଦୀପ ମଜୁମ୍‍ଦାର୍‍ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଥାଇଲ୍ୟାଣ୍ଡକୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗସ୍ତ । ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପାଇଟୋଙ୍ଗ୍‍ଟାମ୍‍ ସିନାୱାର୍ଟାଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଏହି ଗସ୍ତ କରୁଛନ୍ତି ।

ଏହି ଗସ୍ତ କାଳରେ ସେ ବିମ୍‍ଷ୍ଟେକ୍‍ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଏକ ଐତିହାସିକ ଦ୍ୱିପକ୍ଷିୟ ସମ୍ପର୍କ ସହିତ ସଶକ୍ତ ସାଂସ୍କୃତିକ ଏବଂ ଧାର୍ମିକ ବନ୍ଧନ ମଧ୍ୟ ରହିଛି । ଥାଇଲ୍ୟାଣ୍ଡ ହେଉଛି ଭାରତର ସାମୁଦ୍ରିକ ପଡ଼ୋଶୀ ଦେଶ । ଆକ୍ଟ ଇଷ୍ଟ ପଲିସି, ଭାରତ- ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ ବିମ୍‍ଷ୍ଟେକ୍‍ରେ ଥାଇଲ୍ୟାଣ୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛି ବୋଲି ମଜୁମ୍‍ଦାର୍‍ କହିଛନ୍ତି ।

PM Modi

ଥାଇଲ୍ୟାଣ୍ଡ ଗସ୍ତ ସାରି ଶ୍ରୀ ମୋଦୀ ଶ୍ରୀଲଙ୍କା ଯିବେ । ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିଶା ନାୟକେଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି । ଏହି ଅବସରରେ ଦୁଇ ନେତା ଭାରତର ସହାୟତାରେ ସେଠାରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ସେହିଭଳି ଶକ୍ତି, ଡିଜିଟାଇଜେସନ୍‍ ଏବଂ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି ।

ଏପ୍ରିଲ୍‍ ୬ତାରିଖରେ ଉଭୟ ନେତା ସ୍ଥାନୀୟ ଐତିହାସିକ ସହର ଅନୁରାଧାପୁର ଗସ୍ତ କରି ଜୟଶ୍ରୀ ମହା ବୋଧି ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି । ଏତଦ୍‍ବ୍ୟତୀତ ଦୁଇ ନେତା ସେଠାରେ କାର୍ଯ୍ୟକାରୀ ହେବାକୁଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+