ଦେଶରେ ୫୦୦ ଇଭି ଚାର୍ଜିଂ ସେଣ୍ଟରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ବୈଦ୍ୟୁତିକ ଯାନ ସଂଖ୍ୟା ବୃଦ୍ଧି କରିବା କ୍ଷେତ୍ରରେ ଭାରତ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ବୈଦ୍ୟୁତିକ ଯାନ କ୍ରୟ ଉପରେ ମଧ୍ୟ ରିହାତି ଦେଉଛନ୍ତି । କିନ୍ତୁ ଏକ ବୈଦ୍ୟୁତିକ ଯାନ କିଣିବା ପୂର୍ବରୁ, ଲୋକଙ୍କ ମନରେ ଏହି ଯାନଗୁଡ଼ିକର ଚାର୍ଜ ବିଷୟରେ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଛି।

ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶରେ ୫୦୦ ନୂତନ ଚାର୍ଜିଂ ଷ୍ଟେସନ୍ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସେପ୍ଟେମ୍ବର ୨୯) ମହାରାଷ୍ଟ୍ର ରାଜ୍ୟ ପୁନେ ସହରରେ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସବୁଜ ଶକ୍ତି ବା ଗ୍ରୀନ ଏନର୍ଜୀ କ୍ଷେତ୍ରରେ ଇଭି ଚାର୍ଜିଂ ଷ୍ଟେସନ ଏବଂ ଏଲଏନଜି ଷ୍ଟେସନ ମଧ୍ୟ ଆରମ୍ଭ କରିଥିଲେ। ପୁନେରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଭାରତ ସରକାର କୋଟି କୋଟି ଟଙ୍କାର ଯୋଜନା ଆରମ୍ଭ କରିଥିଲେ।












Click it and Unblock the Notifications