ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜୁରାଟ ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 10.15ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ'ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 10.15ରେ ପ୍ରଧାନମନ୍ତ୍ରୀ ନାଭସାରୀରେ 'ଗୁଜୁରାଟ ଗୌରବ ଅଭିଯାନ'ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଅପରାହ୍ନ ପ୍ରାୟ 12ଟା15ରେ ନଭସାରୀରେ ଏଏମ ନାଏକ ହେଲଥ କେୟାର କମ୍ପେଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବେ । ପରେ, ଅପରାହ୍ନ ପ୍ରାୟ 3 ଟା45ରେ ସେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ମୁଖ୍ୟାଳୟକୁ ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଗୁଜୁରାଟ ଗୌରବ ଅଭିଯାନ ନାମକ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ସମୟରେ ସେ ନାଭସାରୀର ଏକ ଆଦିବାସୀ ଅଞ୍ଚଳ ଖୁଦଭେଲରେ ପ୍ରାୟ 3050 କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ 7ଟି ପ୍ରକଳ୍ପର ଉଦଘାଟନ, 12ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ 14ଟି ପ୍ରକଳ୍ପର ଭୂମି ପୂଜନ ରହିଛି । ଏହି ପ୍ରକଳ୍ପ ଗୁଡିକ ସମ୍ପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ବଢାଇବା ସହ ଜୀବନଯାପନର ସହଜତା ବୃଦ୍ଧି ଏବଂ ଜଳ ଯୋଗାଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।
ପ୍ରାୟ 586 କୋଟି ଟଙ୍କା ବ୍ୟୟରେ ର୍ନିମିତ ମଧୁବନ ଡ୍ୟାମ ଆଧାରିତ ଆଷ୍ଟୋଲ ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଜଳ ଯୋଗାଣ ଇଞ୍ଜିନିୟରିଂ କୌଶଳର ଏକ ଚମତ୍କାର ନିଦର୍ଶନ । ଏଥିସହ 163 କୋଟି ଟଙ୍କା ମୂଲ୍ୟର 'ନଳ ସେ ଜଳ' ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ । ଏହି ପ୍ରକଳ୍ପଗୁଡିକ ସୁରଟ, ନାଭସାରୀ, ଭାଲସାଦ ଏବଂ ତାପି ଜିଲ୍ଲାର ବାସିନ୍ଦାଙ୍କୁ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବ । ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ମୁଖ୍ୟାଳୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମଟି ଆଇଏନ-ଏସଏପିଏସସିଇ ଏବଂ ମହାକାଶ ପ୍ରୟୋଗ ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କ୍ଷେତ୍ର କମ୍ପାନୀଗୁଡିକ ମଧ୍ୟରେ ଏମଓୟୁର ସ୍ବାକ୍ଷର ହେବ ।












Click it and Unblock the Notifications