ଆସନ୍ତାକାଲିଠୁ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ଫ୍ରାନ୍ସ ଓ ଆମେରିକା ଗସ୍ତ ଗସ୍ତରେ ଯିବେ। ପ୍ୟାରିସ୍‌ରେ ଶ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ସହ କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କକୁ ପ୍ରୋତ୍ସାହନ ଦେବ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ୧୩ ବିଲିୟନ୍ ଡଲାର ଅତିକ୍ରମ କରିଥିବାବେଳେ ପ୍ରତିରକ୍ଷା, ଭିଭିଭୂମି ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଉଥିବା ରଣନୈତିକ ଦୃଷ୍ଟିରୁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ ମନେ କରାଯାଉଛି।

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉତ୍ତମ ଅର୍ଥନୈତିକ ସମ୍ପର୍କ ରହିଛି ଏବଂ ୭୦୦ରୁ ଅଧିକ ଫ୍ରାନ୍ସର କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି। ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଫ୍ରାନ୍ସ-ଇଣ୍ଡିଆର ଅଧ୍ୟକ୍ଷ କୁମାର ଆନନ୍ଦ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ହେବାରେ ଲାଗିଛି। ଫ୍ରାନ୍ସ ଗସ୍ତ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ମୋଦୀ ୱାଶିଂଟନ ଯିବେ।

narendra modi

ଏହି ଗସ୍ତ କାଳରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଏବଂ ଅପ୍ରବାସନ ନୀତି ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+