ଆସନ୍ତା ୪ରେ ବ୍ୟାଙ୍କକ ଯିବେ ପ୍ରଧାନମନ୍ତ୍ରୀ
ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ। ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ ୩ ତାରିଖରେ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସମ୍ମିଳନୀରେ ସାମିଲ ହେବା ଲାଗି ଗୁରୁବାର ବ୍ୟାଙ୍କକ ଗସ୍ତରେ ଯିବେ। ପୂର୍ବ ସମ୍ମିଳନୀ ୨୦୨୨ ମାର୍ଚ୍ଚ ୩୦ରେ କଲୋମ୍ବୋରେ ଆୟୋଜିତ ହୋଇଥିଲା।

୩ ବର୍ଷ ପରେ ହେବାକୁ ଥିବା ଏହି ସମ୍ମିଳନୀର ଚଳିତ ବିଷୟବସ୍ତୁ ରହିଛି 'ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ', ଯାହା ଆଞ୍ଚଳିକ ଏକତ୍ରୀକରଣ ଏବଂ ଆର୍ଥିକ ସହଯୋଗ ପାଇଁ ଏହି ମଞ୍ଚର ପ୍ରତିବଦ୍ଧତାକୁ ଦର୍ଶାଉଛି। ବିମଷ୍ଟେକରେ ୭ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି। ଏହି ଦେଶଗୁଡ଼ିକ ହେଉଛି ବାଂଲାଦେଶ, ଭୁଟାନ, ଭାରତ, ମ୍ୟାନମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ।












Click it and Unblock the Notifications