ଆସନ୍ତାକାଲିଠାରୁ ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ କରିବେ । ଗସ୍ତ ସମୟରେ ଶ୍ରୀ ମୋଦୀ ୫ହଜାର ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଅରୁଣାଚଳ ପ୍ରଦେଶରେ ୩ହଜାର ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ ମୂଲ୍ୟର ୨ଟି ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ଅରୁଣାଚଳ ପ୍ରଦେଶର ସିୟୋ ଅବବାହିକାରେ ୨୪୦ ମେଗାଓ୍ବାଟ୍‌ର ହିଓ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ୧୮୬ ମେଗାୱାଟର ଟାଟୋ-୧ ଜଳ ବିଦ୍ୟୁତ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଶ୍ରୀ ମୋଦୀ ତୱାଙ୍ଗରେ ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ମଧ୍ଯ ଶିଳାନ୍ୟାସ କରିବେ ।

PM Modi

ସୀମାନ୍ତ ଜିଲ୍ଲା ତୱାଙ୍ଗରେ ୯ ହଜାର ୮୨୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି କେନ୍ଦ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ, ସାଂସ୍କୃତିକ ମହୋତ୍ସବ ଏବଂ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ଏକ ଐତିହାସିକ ସୁବିଧା ଭାବେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ଅଗ୍ନି ନିରାପତ୍ତା, ସଂଯୋଗୀକରଣ ଏବଂ କର୍ମଜୀବୀ ମହିଳା ଛାତ୍ରାବାସ ସମେତ ବିଭିନ୍ନ କ୍ଷେତ୍ରକୁ ସେବା ଯୋଗାଇବା ପାଇଁ ୧ହଜାର ୨୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଭିଭିଭୂମି ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ । ଏହି ଅବସରରେ ଶ୍ରୀ ମୋଦୀ ଇଟାନଗରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସହ ସ୍ଥାନୀୟ କରଦାତା, ବ୍ୟବସାୟୀ ଏବଂ ଶିଳ୍ପ ପ୍ରତିନିଧୁ ମାନଙ୍କ ସହିତ ସାଂପ୍ରତିକ ଜିଏସ୍‌ଟି ହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବେ ।

ତ୍ରିପୁରାରେ ପ୍ରଧାନମନ୍ତ୍ରୀ ତୀର୍ଥକ୍ଷେତ୍ର ପୁର୍ନଉଦ୍ଧାର ଏବଂ ଆଧ୍ୟାତ୍ମିକ ଐତିହ୍ୟ ବୃଦ୍ଧି ଅଭିଯାନ ଯୋଜନା ଅଧୀନରେ ମାତାବାରିରେ ମାତା' ତ୍ରିପୁରା ସୁନ୍ଦରୀ ମନ୍ଦିର ବିକାଶ କାର୍ଯ୍ୟର ଉଦ୍‌ଘାଟନ କରିବେ । ଉପରୁ କଇଁଛ ପରି ଦୃଶ୍ୟମାନ ଏହି ପ୍ରକଳ୍ପରେ ମନ୍ଦିର ପରିସରରେ ଅନେକ ପରିବର୍ତ୍ତନ କରାଯାଇଛି । ନୂତନ ପଥ, ନବୀକରଣ ପ୍ରବେଶ ପଥ, ଜଳ ନିଷ୍କାସନ ବ୍ୟବସ୍ଥା, ତିନିମହଲା ବିଶିଷ୍ଟ ସଂକଳନ, ଧ୍ୟାନକକ୍ଷ, ଅତିଥ୍ ଭବନ ଏବଂ କାର୍ଯ୍ୟାଳୟ ପକ୍ଷ ଇତ୍ୟାଦି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+