ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି; ଆଜି ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା କାର୍ଯ୍ୟକ୍ରମ
ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା କାର୍ଯ୍ୟକ୍ରମ । ଗୁରାଜଟର ଅହମ୍ମଦାବାଦରେ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଯଦିଓ ସରକାରୀ ସ୍ତରରେ ମୃତାହତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ, ତେବେ ଦୁର୍ଘଟଣାର ଭୟାବହତା ଏବଂ ପାରିପାର୍ଶ୍ବିକ ସ୍ଥିତିରୁ କୌଣସି ଯାତ୍ରୀ ବର୍ତ୍ତିଯାଇଥିବା ଆକଳନ କରାଯାଇପାରୁ ନାହିଁ। ଅନ୍ୟପଟେ ଦୁର୍ଘଟଣାରେ କେହି ବଞ୍ଚିଥିବା ଆଶା ନାହିଁ ବୋଲି ଅହମ୍ମଦାବାଦ ପୁଲିସ କମିଶନର କହିଛନ୍ତି। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସେପଟେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କହିଛନ୍ତି, ବିମାନରେ ୧ ଲକ୍ଷ ୨୫ ହଜାର ଲିଟର ଇନ୍ଧନ ରହିଥିଲା। କାହାକୁ ବଞ୍ଚାଇବାର ସୁଯୋଗ ମିଳିନାହିଁ।












Click it and Unblock the Notifications