ଆଜି ଦେଶର କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ଦେଶର କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି। କରୋନା ଭୁତାଣୁର ନୂତଳ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏପରିକି କେତେକ ରାଜ୍ୟ ପୁଣିଥରେ ରାତ୍ରିକାଳୀନ କଟକଣା ତଥା ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ପୁଣି 5 ରାଜ୍ୟରେ ନିର୍ବାଚନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ସମୀକ୍ଷା କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନ ସାଢେ଼ ୪ ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ। ଦେଶରୁ ଆଜି ୧ ଲକ୍ଷ ୫୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ୧୨% ଅଧିକ ସଂକ୍ରମିତ । ଦେଶରେ ପଜିଟିଭିଟି ରେଟ ବି ବଢୁଛି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁର ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷଜ୍ଞ ଆକଳନ କରୁଛନ୍ତି, ଜାନୁଆରୀ ଶେଷ ନହେଲେ ଫେବୃଆରୀ ମାସ ଆରମ୍ଭରେ କରୋନା ପିକ୍ ଛୁଇଁବ । ସେହିପରି କୋଭିଡ୍ ଟୀକାକରଣ ନେଇ ବି ଆଲୋଚନା ହୋଇପାରେ। ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ଆଜିର ବୈଠକରେ ଆଲୋଚନା କରି ପାରନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଓମିକ୍ରନ ସଂକ୍ରମଣ କେତେଦୂର ପ୍ରଭାବିତ କରିବା ସ୍ୱାସ୍ଥ୍ୟକୁ, 15ରୁ 18 ବର୍ଷ ବୟସ୍କଙ୍କ ଟୀକାକରଣ ଏବଂ ଅନ୍ୟ ବିକଳ୍ପ ସବୁ କଣ ରହିଛି ସେନେଇ ଆଲୋଚନା ହୋଇପାରେ ଏହି ବୈଠକରେ।












Click it and Unblock the Notifications