ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଶୁଭମଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିମାନବନ୍ଦରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁର ନିବାସୀ ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିଛନ୍ତି । ପ୍ରାୟ ଆଠ ମିନିଟର ଏହି ସାକ୍ଷାତରେ, ଶୁଭମଙ୍କ ପିତାମାତା ଏବଂ ପତ୍ନୀ ଈଶ୍ୟାନା ନିଜ ଲୁହକୁ ଅଟକାଇ ପାରିଲେ ନାହିଁ ।
ସେ ହାତ ଯୋଡି କହିଲେ ଯେ ତାଙ୍କ ପୁଅର ସହିଦତା ବ୍ୟର୍ଥ ଯିବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭାବପ୍ରବଣ ହୋଇଗଲେ ଏବଂ ପରିବାରକୁ ସାନ୍ତ୍ୱନା ଦେବା ସମୟରେ ସେ କହିଲେ ଯେ ଆତଙ୍କବାଦ ବିରୁଦ୍ଧରେ "ଅପରେସନ ସିନ୍ଦୁର" ବନ୍ଦ ହୋଇନାହିଁ ଏବଂ ଏହା ଜାରି ରହିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶାନ୍ୟା ଦ୍ୱିବେଦୀ କହିଛନ୍ତି,' ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସମଗ୍ର ଦେଶ ଏବଂ ସରକାର ଆମ ସହିତ ଠିଆ ହୋଇଛି। ମୋଦୀ ମୋତେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ପଚାରିଥିଲେ। ଏହି ସମୟରେ ମୋଦୀ ଭାବବିହ୍ବୋଳ ହୋଇପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀ ବିରୋଧରେ ଲଢ଼େଇ ଏଯାଏଁ ଶେଷ ହୋଇନାହିଁ ବୋଲି ଆମ ସମସ୍ତଙ୍କୁ କହିଥିଲେ।'












Click it and Unblock the Notifications