ପ୍ରଚାର ଶେଷ ପରେ ୨୪ ଘଣ୍ଟା ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ । ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ । ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଆଉ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି ମେ'୩୦ରେ ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀ ଗସ୍ତ କରିବେ ।

ଏଠାରେ ସେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ନିର୍ମିତ ସ୍ମାରକୀ ରକ୍ ମେମୋରିଆଲ୍‌ରେ ଧ୍ୟାନ କରିବେ । ମଙ୍ଗଳବାର ବିଜେପି ନେତାମାନେ କହିଛନ୍ତି ମୋଦୀ ମେ' ୩୦ ତାରିଖ ସନ୍ଧ୍ୟା ଠାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ ମଣ୍ଡପରେ ଧ୍ୟାନ କରିବେ ।ସୂଚନାନୁସାରେ, ମେ ୩୧ ତାରିଖରେ ମୋଦୀ ଶିଳା ସ୍ମାରକୀରେ ଦିନସାରା ଧ୍ୟାନ କରିବେ । ମେ ୩୦ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ଟାରେ ପଞ୍ଜାବର ହୋଶିଆରପୁରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବେ ।

Narendra modi

ଏହା ପରେ ସେ ତାମିଲନାଡୁ ଯିବାକୁ ଯୋଜନା କରିଛନ୍ତି, ଯେଉଁଠାରେ ସେ ରାତିରେ ବିଶ୍ରାମ କରିବେ । ମେ ୩୧ ଏବଂ ଜୁନ୍ ୧ ତାରିଖ ପାଇଁ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । କୁହାଯାଉଛି ଯେ ପ୍ରଥମ ଦିନ ଧ୍ୟାନ ସମାପ୍ତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀରୁ ଥୀରୁବନନ୍ତପୁରମ୍ ଯିବେ ଏବଂ ସେଠାରୁ ଦିଲ୍ଲୀ ଯିବେ । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନ କାଳରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ବେଳେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଗସ୍ତ କରିଥିଲେ ଓ ସେଠାରେ ରୁଦ୍ର ଗୁମ୍ଫାରେ ଧ୍‌ଯାନ ମଧ୍ୟ କରିଥିଲେ ।

ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଚର୍ଚ୍ଚାରେ ଥିଲା ଓ ଆଜି ପର୍ଯ୍ୟନ୍ତ ତାଙ୍କର ଧ୍ୟାନସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ପଦାକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଆଧ୍ୟାତ୍ମିକ ପ୍ରବାସ ନିମନ୍ତେ କନ୍ୟା କୁମାରୀକୁ ବାଛିବା ବିବେକାନନ୍ଦଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ତାଙ୍କ ସଂକଳ୍ପକୁ ଦର୍ଶାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+