ଡିସେମ୍ବର ୧୧ରେ 'ବିକଶିତ ଭାରତ@୨୦୪୭: ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୧, ୨୦୨୩ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ । ସାରା ଦେଶର ରାଜଭବନ ମାନଙ୍କରେ ଆୟୋଜିତ କର୍ମଶାଳାରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି, ଅନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକ ମାନଙ୍କୁ ସମ୍ବୋଧିତ କରିବେ, ଯାହା ଏହି ପଦକ୍ଷେପର ପ୍ରତୀକ ହେବ ।

ଦେଶର ବିଭିନ୍ନ ଜାତୀୟ ଯୋଜନା ପ୍ରଣୟନ, ପ୍ରାଥମିକତା ଏବଂ ଲକ୍ଷ୍ୟ ପ୍ରାପ୍ତ କରିବା କ୍ଷେତ୍ରରେ ଦେଶର ଯୁବକ ମାନଙ୍କୁ ସକ୍ରିୟ ଭାବରେ ସାମିଲ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଦୃଷ୍ଟିକୋଣ ଅନୁଯାୟୀ, 'ବିକଶିତ ଭାରତ @୨୦୪୭ : ଭଏସ୍ ଅଫ୍ ୟୁଥ୍‌' ଅଭିଯାନ ଦେଶର ଯୁବକ ମାନଙ୍କୁ ବିକଶିତ ଭାରତ @୨୦୪୭ ପରିକଳ୍ପନାରେ ନିଜ ବିଚାରର ଯୋଗଦାନ କରିବା ପାଇଁ ଏକ ମଂଚ ପ୍ରଦାନ କରିବ । ଏହି କର୍ମଶାଳା ବିକଶିତ ଭାରତ @୨୦୪୭ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟିବା ନିମନ୍ତେ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ।

PM Modi

ସ୍ୱାଧୀନତାର ୧୦୦ ତମ ବର୍ଷ , ଅର୍ଥାତ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିକଶିତ ଭାରତ@୨୦୪୭ ଅଭିଯାନର ଲକ୍ଷ୍ୟ ରହିଛି । ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି, ପରିବେଶ ନିରନ୍ତରତା ଏବଂ ସୁଶାସନ ସମେତ ବିକାଶର ବିଭିନ୍ନ ଦିଗକୁ ଏହି ଦୃଷ୍ଟିକୋଣରେ ଅନ୍ତର୍ଭୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+