ଆସନ୍ତାକାଲି ମିଶନ୍ ମୌସମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭାରତକୁ ଏକ ପାଣିପାଗ ପ୍ରସ୍ତୁତ ଏବଂ ଜଳବାୟୁ ସ୍ମାର୍ଟ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମିଶନ୍ ମୌସମର ଶୁଭାରମ୍ଭ କରିବେ । ଏହି ମିଶନର ଳକ୍ଷ୍ୟ ହେଉଛି ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଣାଳୀ ବିକଶିତ କରି ଉଚ୍ଚ କ୍ଷମତାର ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ, ନୂଆ ପିଢ଼ିର ରାଡାର ଓ ଉପଗ୍ରହ ଏବଂ ଉଚ୍ଚକ୍ଷମତାସଂପନ୍ନ କମ୍ପ୍ୟୁଟର କାର୍ଯ୍ୟକାରୀ କରି ଲକ୍ଷ୍ୟ ହାସଲ କରିବା ।

ଭାରତୀୟ ପାଣିପାଗ ବିଭାଗ-ଆଇଏମ୍ଡିର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ଆସନ୍ତାକାଲି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପାଣିପାଗ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପାଇଁ ଆଇଏମୂର୍ତ୍ତି ଭିଜନ-୨୦୪୭ର ଡକୁମେଣ୍ଟକୁ ମଧ୍ୟ ଉନ୍ମୋଚନ କରିବେ । ଏହି ଭିଜନ ଡକୁମେଣ୍ଟରେ ପାଣିପାଗର ସଠି ସଠିକ୍ ପୂର୍ବାନୁମାନ, ପାଣିପାଗ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ลิตย์เฉ ପ୍ରଶମନ ପାଇଁ ଯୋଜନା ଅନ୍ତର୍ଭୁକ୍ତ ରହିଛି ।












Click it and Unblock the Notifications