ଆସନ୍ତାକାଲି ଏହିସବୁ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପିଏମ୍ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ହରିଆଣା ଗସ୍ତରେ ଯାଇ ଆମ୍ବେଦକର ଜୟନ୍ତୀ ଅବସରରେ ପୂର୍ବାହ୍ନରେ ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ। ହିସାର ବିମାନ ବନ୍ଦରର ନୂତନ ଟର୍ମିନାଲ୍‍ କୋଠାର ମଧ୍ୟ ସେ ଶିଳାନ୍ୟାଶ କରିବେ । ସେଠାରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ଏହା ପରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବା ସହ ଜନସମାବେଶରେ ଉଦ୍‍ବୋଧନ ଦେବେ ।

ଯମୁନାନଗରଠାରେ ଦୀନବନ୍ଧୁ ଛୋଟୁରାମ ତାପଜ ବିଦ୍ୟୁତ୍‍ କେନ୍ଦ୍ରର ୮୦୦ ମେଗାୱାଟ୍‍ ଆଧୁନିକ ତାପଜ ବିଦ୍ୟୁତ୍‍ ୟୁନିଟ୍‍ର ଶିଳାନ୍ୟାସ କରିବେ । ପ୍ରାୟ ୮ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୩୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ୟୁନିଟ୍‍ ହରିଆଣାର ଶକ୍ତି ଆତ୍ମନିର୍ଭରଶୀଳତାକୁ ଅଧିକ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣକୁ ସୁନିଶ୍ଚିତ କରିପାରିବ । ଯମୁନାନଗରର ମୁକରାବପୁରଠାରେ ପ୍ରଧାନମନ୍ତ୍ରୀ ଏକ ବାୟୋଗ୍ୟାସ୍‍ ପ୍ଲାଣ୍ଟର ଶିଳାନ୍ୟାସ କରିବେ ।

PM Modi

ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ ୧ ହଜାର ୭୦ କୋଟି ଟଙ୍କା ବ୍ୟୟରେ ୧୪ ଦଶମିକ ୪ କିଲୋମିଟର ରେୱାରି ବାଇପାସ୍‍ ପ୍ରକଳ୍ପର ଉଦ୍‍ଘାଟନ କରିବେ । ଏହାଦ୍ୱାରା ରେୱାରି ସହରରେ ଯାନବାହାନ ଚଳାଚଳ ସୁଗମ ହୋଇପାରିବ । ଦିଲ୍ଲୀ-ନା୍‍ରନୌଲ୍‍ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବା ସହ ଆଞ୍ଚଳିକ, ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+