ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରରେ ଆସନ୍ତାକାଲି ରାଷ୍ଟ୍ର ପ୍ରେରଣାସ୍ଥଳକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରରେ ଆସନ୍ତାକାଲି ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ରାଷ୍ଟ୍ର ପ୍ରେରଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ । ଏହି ସ୍ଥଳକୁ ଏକ ଐତିହାସିକ ଜାତୀୟ ସ୍ମାରକୀ ଏବଂ ନିରନ୍ତର ଜାତୀୟ ମହତ୍ତ୍ୱର ପ୍ରେରଣାଦାୟକ ଭାବେ ବିକଶିତ କରାଯାଇଛି । ୬୫ଏକର ପରିବ୍ୟାପ୍ତ ଏହି ସ୍ଥଳୀ ନିର୍ମାଣ ପାଇଁ ପ୍ରାୟ ୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ନେତୃତ୍ୱ, ମୂଲ୍ୟବୋଧ, ଜାତୀୟ ସେବା, ସାଂସ୍କୃତିକ ଚେତନା ଓ ସାର୍ବଜନୀନ ପ୍ରେରଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ସ୍ଥଳୀକୁ ଏକ ଜାତୀୟ ସମ୍ପତ୍ତି ଭାବେ ଉତ୍ସର୍ଗ କରାଯିବ । ଏହି ସ୍ଥଳୀରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ୬୫ ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତି ରହିଛି । ପ୍ରାୟ ୯୮ ହଜାର ବର୍ଗଫୁଟ ଅଞ୍ଚଳରେ ପଦ୍ମ ଆକୃତିରେ ଗଠନ କରାଯାଇଥିବା ଏହି ସ୍ଥଳୀରେ ଏକ ଅତ୍ୟାଧୁନିକ ସଂଗ୍୍ରହାଳୟ ରହିଛି । ଦେଶର ଯାତ୍ରା ଏବଂ ଦୂରଦୃଷ୍ଟି ସଂପନ୍ନ ନେତାଙ୍କ ଅବଦାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସେଠାରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ରହିଛି ।












Click it and Unblock the Notifications