କାଶୀ ବିଶ୍ଵନାଥ କରିଡରର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବାରଣାସୀ : ଆଜି କାଶୀ ବିଶ୍ଵନାଥ ମନ୍ଦିର ନୂତନ ଭବ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ୭ଶହ କୋଟି ଟଙ୍କା ବ୍ୟୟରେ କାଶୀ ବିଶ୍ୱନାଥ କରିଡର ନିର୍ମାଣ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି କରିଡରକୁ ଉତ୍ସର୍ଗ କରିବେ । କାଶୀ ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ଶୁଭ ମୁହୂର୍ତ୍ତ ବାହାର କରାଯାଇଛି ।

କରିଡରର ଉଦଘାଟନ ରେବତୀ ନକ୍ଷତ୍ରରେ ହେବ, ଯେଉଁଥିପାଇଁ ଆଜି କେବଳ ୨୦ ମିନିଟର ଏକ ଶୁଭ ବେଳ ରହିଛି, ତାଲିକା ପ୍ରସ୍ତୁତ କରିବା ପରେ ଆଚାର୍ଯ୍ୟ ଗଣେଶ ଶାସ୍ତି ଏହାକୁ ବିଭାଗୀୟ କମିଶନରଙ୍କ ନିକଟରେ ଦାଖଲ କରିଛନ୍ତି। ଆ ଚାର୍ଯ୍ୟ କହିଛନ୍ତି ଯେ ଡିସେମ୍ବର ୧୩ ରେ ରେବତୀ ନକ୍ଷତ୍ରରେ ଭାର୍ଗବ ମୁହୂର୍ତ୍ତ ଅନୁଯାୟୀ ଶ୍ଲେଷା ନାଡିରେ ଦିନ ୧:୩୭ ରୁ ୧:୫୭ ପର୍ଯ୍ୟନ୍ତ ଶୁଭ ହେବେ । ଶୁଭ ସମୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ୨୦ ମିନିଟରେ ତାଙ୍କ ସ୍ୱପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ ଧାମର ଉଦଘାଟନ କରିବେ ଏବଂ ଏହାକୁ ଜନସାଧାରଣଙ୍କ ନିକଟରେ ଉତ୍ସର୍ଗ କରିବେ। କାଶୀ ବିଶ୍ୱନାଥ ଧାମର ଉଦଘାଟନ ପୂର୍ବରୁ ରାଜ୍ୟ ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରବିବାର ବାରଣାସୀ ପରିଦର୍ଶନ କରିବେ। କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ । ଏହା କାଶୀ ପାଇଁ ଏକ ବହୁତ ଶୁଭ ସଙ୍କେତ । ୫୦ ହଜାର ବର୍ଗ ମିଟର ପରିସରରେ କାଶୀ ବିଶ୍ୱନାଥ ଧାମର ଯୋଜନା କରାଯାଇଥିଲା ବୋଲି କହିଥିଲେ । ଏହାର ୩ ଟି ମୁଖ୍ୟ ଅଂଶ ଅଛି ଯେଉଁଥିରେ ମନ୍ଦିର ପରିସର ମୁଖ୍ୟ ଗର୍ଭଗୃହ ରହିଛି ।












Click it and Unblock the Notifications