ହାଇବ୍ରିଡ୍‍ ବ୍ୟାଟେରୀ ଇଲେକ୍ଟ୍ରୋଡ୍‍ର ଉତ୍ପାଦକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦ ନିକଟବର୍ତ୍ତୀ ହଂସଲପୁର ଠାରେ ହାଇବ୍ରିଡ୍‍ ବ୍ୟାଟେରୀ ଇଲେକ୍ଟ୍ରୋଡ୍‍ର ସ୍ଥାନୀୟ ଉତ୍ପାଦନକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଇଲେକ୍ଟ୍ରିକ ବ୍ୟାଟେରୀ ଚାଳିତ ଯାନ ଇ-ଭିଟାରାର ଶୁଭାରମ୍ଭ କରିଛନ୍ତି । ଏହି ଯାନ ୧୦୦ଟି ଦେଶକୁ ରପ୍ତାନୀର ଶୁଭାରମ୍ଭ କରିବା ସହ ଶ୍ରୀ ମୋଦୀ ହଂସଲପୁରଠାରେ ଥିବା ସୁଜୁକି ମୋଟର ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତରେ ନିର୍ମିତ ସୁଜୁକିର ପ୍ରଥମ ବିଶ୍ୱସ୍ତରୀୟ ରଣନୈତିକ ବ୍ୟାଟେରୀଯୁକ୍ତ ବୈଦ୍ୟୁତିକ ଯାନର ଶୁଭାରମ୍ଭ କରିଛନ୍ତି ।

ୟୁରୋପ ଏବଂ ଜାପାନ୍‍ ଭଳି ପ୍ରମୁଖ ବଜାର ସମେତ ୧୦୦ରୁ ଅଧିକ ଦେଶକୁ ଏହି ଯାନ ରପ୍ତାନୀ କରାଯିବ । ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପଦକ୍ଷେପ ସ୍ୱରୂପ ଟି.ଡି.ଏସ୍‍. ଲିଥିଅମ୍‍-ଆୟନ୍‍ ବ୍ୟାଟେରୀ ପ୍ଲାଣ୍ଟରେ ପ୍ରଧାନମନ୍ତ୍ରୀ ହାଇବ୍ରିଡ୍‍ ବ୍ୟାଟେରୀ ଇଲେକ୍ଟ୍ରୋଡ୍‍ର ସ୍ଥାନୀୟ ଉତ୍ପାଦନର ଉଦ୍‍ଘାଟନ କରିଛନ୍ତି । ଏହି ପଦକ୍ଷେପ ଘରୋଇ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ସହିତ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଦେଶରେ ସବୁଜ ଶକ୍ତି ଉତ୍ପାଦନକୁ ଏହା ସୁଦୃଢ଼ କରିବ ।

narendra modi

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତର ବ୍ୟାଟେରୀ ଇକୋ ସିଷ୍ଟମକୁ ଆହୁରି ବିକଶିତ କରିବା ଲାଗି ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+