ଆସନ୍ତାକାଲି ଜମ୍ମୁ-କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ, ସୋନମର୍ଗରେ ଉଦଘାଟନ କରିବେ Z-ମୋଡ୍ ଟନେଲ

ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ସୋନମର୍ଗ ଗସ୍ତ କରିବେ । ସକାଳ ୧୧ଟା ୪୫ରେ ପିଏମ୍ ମୋଦି ସୋନମର୍ଗ ଟନେଲ (Z-ମୋଡ୍ ଟନେଲ) ଉଦଘାଟନ କରିବେ । ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧନ କରିବେ । ପ୍ରାୟ ୧୨ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୨,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ।

ଏଥିରେ ୬.୪ କିଲୋମିଟର ଲମ୍ବ ସୋନମର୍ଗ ମୁଖ୍ୟ ଟନେଲ୍, ଏକ ପ୍ରସ୍ଥାନ ସୁଡ଼ଙ୍ଗ ଏବଂ ପ୍ରବେଶ ପଥ ରହିଛି । ସମୁଦ୍ର ପତ୍ତନଠାରୁ ୮,୬୫୦ ଫୁଟରୁ ଅଧିକ ଉଚ୍ଚରେ ଥିବା ଏହି ପ୍ରକଳ୍ପ ଲେହ ରାସ୍ତାରେ ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସବୁ ସମୟରେ ସଂଯୋଗକୁ ବଢ଼ାଇବ । ଭୂସ୍ଖଳନ ଓ ହିମସ୍ଖଳନ ରାସ୍ତାରୁ ରକ୍ଷା କରିବା ସହିତ ଲଦାଖ ଅଞ୍ଚଳରେ ସୁରକ୍ଷିତ ପ୍ରବେଶ ସୁନିଶ୍ଚିତ କରିବ ।

PM Modi

ଏହି ପ୍ରକଳ୍ପ ସୋନମର୍ଗକୁ ବର୍ଷସାରା ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବ, ଯାହା ଦ୍ୱାରା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହା ଶୀତକାଳୀନ ପର୍ଯ୍ୟଟନ ଏବଂ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ପ୍ରଦାନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+