୭୫ ବର୍ଷରେ ସୁପ୍ରିମକୋର୍ଟ; ଆଜି ପାଳିବ ହୀରକ ଜୟନ୍ତୀ
ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ । ୧୯୫୦ ଜାନୁଆରୀ ୨୮ ତାରିଖରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହୋଇଥିଲା । ହୀରକ ଜୟନ୍ତୀ ଅବସରରେ ସୁପ୍ରିମକୋର୍ଟଙ୍କ ନୂଆ ଓ୍ବେବସାଇଟ, ଡିଜିଟାଲ କୋର୍ଟସ ୨.୦, ଡିଜିଟାଲ ସୁପ୍ରିମକୋର୍ଟକୁ ଲୋକାର୍ପଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀ ଯୋଗଦେବେ ।
ଆରମ୍ଭ ସମୟରେ ସୁପ୍ରିମକୋର୍ଟରେ ଥିଲେ ଜଣେ ପ୍ରଧାନ ବିଚାରପତି ଓ ୭ ଜଣ ବିଚାରପତି । ବର୍ତ୍ତମାନ ସିଜେଆଇଙ୍କ ସମେତ ରହିଛନ୍ତି ୩୪ ବିଚାରପତି । ପ୍ରଥମେ ସୁପ୍ରିମକୋର୍ଟଙ୍କ କୌଣସି ନିର୍ଦ୍ଦିଷ୍ଠ କୋଠା ନଥିଲା । ସଂସଦ ଭବନ ପରିସରରେ ଏହା ଆରମ୍ଭ ହୋଇଥିଲା । ହୀରକ ଜୟନ୍ତୀ ଅବସରରେ ଆଜି ଏକ ସ୍ବତନ୍ତ୍ର ଉତ୍ସବ ହେଉଛି ।
ସ୍ବାଧୀନତା ପୂର୍ବରୁ ୧୯୩୭ରେ ଦେଶର ପ୍ରଥମ ସିଜେଆଇ ଥିଲେ ସାର୍ ମରିସ ଲିନଫୋର୍ଡ ଗୋଏର । ସ୍ବାଧୀନତା ପରେ ଅର୍ଥାତ ୧୯୫୦ ଜାନୁଆରୀରେ ପ୍ରଥମ ସିଜେଆଇ ଥିଲେ ହୀରାଲାଲ ଜେକିସୁନଦାସ କାନିଆ । ବର୍ତ୍ତମାନ ସୁଦ୍ଧା ୫୦ ଜଣ ସିଜେଆଇ ଭାବେ ଅବସ୍ଥାପିତ ହେଲେଣି । ଜଷ୍ଟିସ ଧନଞ୍ଜୟ ଯଶଓ୍ବନ୍ତ ଚନ୍ଦ୍ରଚୂଡ଼ ୨୦୨୨ ନଭେମ୍ବର ୯ରେ ସିଜେଆଇ ହୋଇଥିଲେ ।

ବର୍ତ୍ତମାନ ସୁପ୍ରିମକୋର୍ଟର ଶୁଣାଣି ପ୍ରକ୍ରିୟାରେ ବହୁ ପରିବର୍ତ୍ତନ କରାଯାଇଛି । ସ୍ମାର୍ଟ ଓ ପେପରଲେସ କୋର୍ଟକୁ ବି ଫୋକସ କରାଯାଇଛି । ଟ୍ରାନ୍ସକ୍ରିପସନ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବସ୍ଥା ବି ଗ୍ରହଣ କରାଯାଇଛି । ସିଜେଆଇ ଭାବେ ଅବସ୍ଥାପିତ ହେଲେଣି ।
ବର୍ତ୍ତମାନ ସୁଦ୍ଧା ୩ ଓଡିଆ ସୁପ୍ରିମକୋର୍ଟର ଶୀର୍ଷ ପଦବୀ ଅଳଙ୍କୃତ କରିଛନ୍ତି । ୧୯୯୦ରେ ଜଷ୍ଟିସ ରଙ୍ଗନାଥ ମିଶ୍ର, ୨୦୦୨ରେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ୨୦୧୭ରେ ଜଷ୍ଟିସ ଦୀପକ ମିଶ୍ର ସିଜେଆଇ (CJI) ହୋଇଥିଲେ ।












Click it and Unblock the Notifications