ଆଜି ମନ କି ବାତ୍ : ଦେଶବାସୀଙ୍କୁ ମନର କଥା କହିବେ ମୋଦି
ଆଜି ମନ କି ବାତ୍ ର 93 ସଂସ୍କରଣ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।
ନୂଆଦିଲ୍ଲୀ: ଆଜି ମନ କି ବାତ୍ ର 93 ସଂସ୍କରଣ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତ୍ କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକେ ଶୁଣିଥାନ୍ତି । ବିଜେପି ପକ୍ଷରୁ ଏହା ଜନତାଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଛି ।

ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । କାର୍ଯ୍ୟକ୍ରମରେ ଯୋଗ ଦେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ। ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ । ଗତମାସ 28 ତାରିଖରେ ମନ କି ବାତ୍ ପ୍ରସାରିତ ହୋଇଥିଲା ।
ପିଏମ ମୋଦି କହିଥିଲେ , ଜଳ ସଂରକ୍ଷଣର ଗୁରୁତ୍ବ ସହିତ ମାଣ୍ଡିଆ ଉତ୍ପାଦନକୁ ମିଶନ ଭାବେ ପରିଣତ କରାଯାଉ । ମାଣ୍ଡିଆ ସ୍ବାସ୍ଥ୍ୟ ପକ୍ଷେ ଲାଭ ଦାୟକ । ଜାତିସଂଘ ଏକ ପ୍ରସ୍ତାବ ପାରିତ କରି ବର୍ଷ 2023କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ଆମ ଦେଶ ମାଣ୍ଡିଆ ଉତ୍ପାଦନରେ ଆଗରେ ରହିଛି ।












Click it and Unblock the Notifications