ଆସନ୍ତା ୧୧ରୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯିବେ ପଅଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ତାରିଖରେ ଭୁଟାନ୍କୁ ଦୁଇ ଦିନିଆ ଗସ୍ତରେ ଯିବେ । ଏହି ଗସ୍ତ କାଳରେ ଶ୍ରୀ ମୋଦୀ ଏବଂ ଭୁଟାନ୍ର ରାଜା ଜିଗ୍ମେ ଖେସାର୍ ୱାଙ୍ଗ୍ଚୁକ୍ ୧ ହଜାର ୨୦ ମେଗାୱାଟ୍ ବିଶିଷ୍ଟ ପୁନତ୍ସାଞ୍ଚୁ ଦ୍ୱିତୀୟ ଜଳ ବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ ।

ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ୍ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି । ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗ୍ଚୁକ୍ଙ୍କ ୭୦ତମ ଜନ୍ମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications