୩ ଦେଶ ଗସ୍ତରେ ଯିବେ ମୋଦୀ, ଜି-୨୦ ଶିଖର ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ତିନି ଦେଶ ଯାତ୍ରାରେ ବିଦେଶ ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮-୧୯ରେ ବ୍ରାଜିଲ ଗସ୍ତରେ ରହିବେ ଓ ସମ୍ମିଳନୀରେ ବୈଶ୍ଵିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ। ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ। ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଏକ ବିଜ୍ଞପ୍ତିରେ ଏହାର ସୂଚନା ଦେଇଛି।

୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାଇଜେରିଆ ଗସ୍ତ । ଏହାପରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮-୧୯ରେ ବ୍ରାଜିଲ ଗସ୍ତରେ ରହିବେ । ସମ୍ମିଳନୀରେ ବୈଶ୍ଵିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ । ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ ।

Narendra modi

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୧୯୬୮ ପରେ ଏହା ପ୍ରଥମ ଯାତ୍ରା ହେବ । ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଗୁଏନା ଗସ୍ତରେ ଯାଉଛନ୍ତି । ଏହି ଯାତ୍ରାରେ ଉଭୟ ପକ୍ଷ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ । ଏହା ବ୍ୟତୀତ ମୋଦୀ ଗୁଏନାର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ସାଂସଦ ଓ ପ୍ରବାସୀ ଭାରତୀୟଙ୍କ ଏକ ସଭାକୁ ସମ୍ବୋଧନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+