ନଭେମ୍ବର ୮ରେ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ବାରାଣସୀ ଗସ୍ତ କରି ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକ ବନାରସ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟରେ ଚଳାଚଳ କରିବ। ବନାରସ-ଖଜୁରାହୋ ମଧ୍ୟରେ ବନ୍ଦେ ଭାରତ ସିଧାସଳଖ ସଂଯୋଗ ସ୍ଥାପନ କରିବ। ଏହାଦ୍ୱାରା ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ତୁଳନାରେ ପ୍ରାୟ ୨ ଘଣ୍ଟା ୪୦ ମିନିଟ୍ ଯାତ୍ରା ସମୟ ହ୍ରାସ ପାଇବ।

ଏହି ବନ୍ଦେ ଭାରତ ଟ୍ରେନ୍' ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ ଏବଂ ଖଜୁରାହୋ ସମେତ ଭାରତର ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥାନକୁ ସଂଯୋଗ କରିବ। ଲକ୍ଷ୍ନୌ-ସହାରନପୁର ରୁଟ୍ରେ ବନ୍ଦେ ଭାରତ ଯାତ୍ରା ସମୟକୁ ୧ ଘଣ୍ଟା ହ୍ରାସ କରିବ। ଏହି ଟ୍ରେନ୍ ଲକ୍ଷ୍ନୌ, ସୀତାପୁର, ଶାହଜାହାନପୁର, ବରେଲି, ମୋରାଦାବାଦ ଏବଂ ବିଜନୌର ଯାତ୍ରୀମାନଙ୍କୁ ସୁବିଧା ଦେବ।
ଫିରୋଜପୁର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଜାତୀୟ ରାଜଧାନୀ ଏବଂ ପଞ୍ଜାବର ପ୍ରମୁଖ ସହର ଫିରୋଜପୁର, ବଥିଣ୍ଡା ଏବଂ ପଟିଆଲା ମଧ୍ୟରେ ସଂଯୋଗକୁ ଦ୍ରୁତତର କରିବ। ଦକ୍ଷିଣ ଭାରତରେ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ବନ୍ଦେ ଭାରତ ଯାତ୍ରା ସମୟକୁ ୨ ଘଣ୍ଟା ହ୍ରାସ କରିବ। ଏହି ଟ୍ରେନ୍ ପ୍ରମୁଖ ଆଇଟି ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ।












Click it and Unblock the Notifications