ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ମୋଦି
ଆସନ୍ତା 27 ତାରିଖରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଅଗଷ୍ଟ 27 ତାରିଖ ଶନିବାର ସନ୍ଧ୍ୟା 5.30 ସମୟରେ ଗୁଜୁରାଟରେ ପହଞ୍ଚିବେ ।
ଗାନ୍ଧୀନଗର: ଆସନ୍ତା 27 ତାରିଖରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଅଗଷ୍ଟ 27 ତାରିଖ ଶନିବାର ସନ୍ଧ୍ୟା 5.30 ସମୟରେ ଗୁଜୁରାଟରେ ପହଞ୍ଚିବେ । ଏହାପରେ ସେଠାରୁ ସାବରମତି ନଦୀ ନିକଟରେ ଆୟୋଜିତ ଖଦୀ ମହୋତ୍ସବରେ ଅଂଶଗ୍ରହଣ କରିବେ ।

28 ତାରିଖରେ ସକାଳ 10ଟା ସମୟରେ ଭୁଜରେ ଅବସ୍ଥିତ ସ୍ମୃତି ବନ ମେମୋରିଆଲ ପରିଦର୍ଶନ କରି ଏହାର ଉଦଘାଟନ କରିବେ । ମଧ୍ୟାହ୍ନ 12ଟା ସମୟରେ କେଏସକେଭି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବାର ସୂଚନା ରହିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଅହମ୍ମଦାବାଦରେ ନିର୍ମିତ ବ୍ରିଜ ଏବଂ ନର୍ମଦା କେନାଲରେ ନିର୍ମାଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିବେ । ଆସନ୍ତା ସେପ୍ଟେମ୍ବର 17 ତାରିଖରେ ମୋଦି ତାଙ୍କ ଜନ୍ମଦିନ ଅବସରରେ ପୁନଃ ଗୁଜୁରାଟ ଗସ୍ତ କରିବାର ସୂଚନା ରହିଛି ।












Click it and Unblock the Notifications