କାଲି ୧୧ ଲକ୍ଷ ‘ଲକ୍ଷପତି ଦିଦି'ଙ୍କୁ ପ୍ରମାଣପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ: ଘୋଷଣା ହେବ ୨୫୦୦ କୋଟିର ପ୍ୟାକେଜ୍‌

କାଲି ୧୧ ଲକ୍ଷ 'ଲକ୍ଷପତି ଦିଦି'ଙ୍କୁ ପ୍ରମାଣପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ର ଜାଲଗାଓଁରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ବଣ୍ଟନ କରିବେ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ବଳିଷ୍ଠ ପଦକ୍ଷେପ ହେବ କହିଲେ । SHG ଗ୍ରୁପ୍‌ ମହିଳାଙ୍କ ପାଇଁ କାଲି ୨୫୦୦ କୋଟିର ପ୍ୟାକେଜ୍‌ ଘୋଷଣା ହେବ ।

PM Modi

ପ୍ରଧାନମନ୍ତ୍ରୀ ୨୫୦୦ କୋଟି ଟଙ୍କାର ଭେଟି ଦେବେ ଯାହାଦ୍ଵାରା ୪.୩ ଲକ୍ଷ ସେଲ୍ଫ ହେଲ୍ପ ଗ୍ରୁପର ପ୍ରାୟ ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ। ସେହିପରି ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ । ଯାହାଦ୍ଵାରା ୨.୩୫ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ।

ଏହାପରେ ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦଘାଟନ କରିବେ ମୋଦୀ।

ମହିଳାଙ୍କୁ ଧନୀ କରୁଛି ଏହି ସ୍କିମ୍‌, ମହିଳାଙ୍କ ପାଇଁ ଏକ ବଢ଼ିଆ ଯୋଜନା । ଯାହା ବିଷୟୟରେ ଆପଣଙ୍କୁ ଜାଣିବା ନିହାତି ଦରକାର । ଖାସ୍‌ କରି ମହିଳାମାନେ ଏହାଦ୍ୱାରା ଅନେକ ମାତ୍ରାରେ ଲାଭବାନ୍‌ ହୋଇପାରିବେ । ଆଜ୍ଞା ଆମେ କହୁଛୁ ଲକ୍ଷପତି ଦିଦି ଯୋଜନା ବିଷୟରେ । ଫେବୃଆରୀ ୧ରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ମଧ୍ୟବର୍ତ୍ତୀ ବଜେଟରେ ଲକ୍ଷପତି ଦିଦି ଯୋଜନାର ଲକ୍ଷ୍ୟ ବଢ଼ାଇବାକୁ ଆଲୋଚନା ହୋଇଥିଲା। ଅର୍ଥମନ୍ତ୍ରୀ କହିଥିଲେ ଯେ ଲକ୍ଷପତି ଦିଦି ଯୋଜନାର ଲକ୍ଷ୍ୟ ବର୍ତ୍ତମାନ ୨ କୋଟିରୁ ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାର ଲାଭ ଆପଣ କିପରି ଲାଭ ପାଇପାରିବେ ଆସନ୍ତୁ ଜାଣିବା ।

ଲକ୍ଷପତି ଦିଦି ଯୋଜନା କଣ?

କିନ୍ତୁ ତାପୂର୍ବରୁ ଆସନ୍ତୁ ଜାଣିନେବା ଲକ୍ଷପତି ଦିଦି ଯୋଜନା କଣ? ଲକ୍ଷପତି ଦିଦି ଯୋଜନା ହେଉଛି ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ। ଏହି ଯୋଜନାରେ ମହିଳାମାନେ ସରକାରଙ୍କ ତରଫରୁ ସେମାନଙ୍କୁ ଦକ୍ଷତା ତାଲିମ ଦେଇ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଯାହାଫଳରେ ସେମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ଉନ୍ନତ କରିପାରିବେ। ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଏଲଇଡି ବଲ୍ବ ସହ ଅନ୍ୟାନ୍ୟ ଅନେକ ଲାଭଦାୟକ କାର୍ଯ୍ୟ କରିବା ପାଇଁ ତାଲିମ ଦିଆଯାଉଛି। ଏହି ଯୋଜନା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପରିଚାଳିତ।

ଏହି ଯୋଜନାର ଲାଭ ବିଷୟରେ ଯଦି ଆମେ କଥା ହେବା ତାହେଲେ ଏହି ଯୋଜନାରେ ଆପଣ ଏକ ବ୍ୟବସାୟ ଆରମ୍ଭ କରିପାରିବେ। ଆପଣଙ୍କୁ ରଣନୀତି ଏବଂ ବଜାର ପ୍ରବେଶ ବିକାଶରେ ସାହାଯ୍ୟ କରାଯାଏ। ଲକ୍ଷପତି ଦିଦି ଯୋଜନା ଅଧୀନରେ ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ଲୋନ୍ ଦିଆଯାଏ। ଏହା ସହିତ ମହିଳାମାନେ ସଞ୍ଚୟ କରିବାକୁ ଉତ୍ସାହିତ ହୁଅନ୍ତି। ଏହା କମ୍ ମୂଲ୍ୟରେ ବୀମା କଭରେଜର ସୁବିଧା ମଧ୍ୟ ଯୋଗାଇଥାଏ।

ଯେକୌଣସି ମହିଳା ଲକ୍ଷପତି ଦିଦି ଯୋଜନାର ଲାଭ ପାଇପାରିବେ। ରାଜ୍ୟର ମୂଳ ବାସିନ୍ଦା ହେବା ବ୍ୟତୀତ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ଜଡିତ ହେବା ମଧ୍ୟ ଆବଶ୍ୟକ। ଏହା ପରେ ଆପଣ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ବ୍ୟବସାୟରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ହେବ। ଏହା ପରେ ଆପଣଙ୍କର ଆବେଦନ ସମୀକ୍ଷା ପରେ ଅନୁମୋଦନ ହେବ। ତା'ପରେ ଲୋନ୍ ପାଇଁ ଏକ ଚୁକ୍ତି କରାଯିବ।

ଏହି ଯୋଜନାର ଲାଭ ପାଇବା ପାଇଁ ଆଧାର, ପାନ୍ କାର୍ଡ, ଆୟ ପ୍ରମାଣପତ୍ର, ବ୍ୟାଙ୍କ ପାସବୁକ୍, ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଇତ୍ୟାଦି ଆବଶ୍ୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+