ମୋଦିଙ୍କ ନିଯୁକ୍ତି ମେଳା: ୭୦ ହଜାର ଯୁବବର୍ଗଙ୍କୁ ମିଳିବ ସରକାରୀ ଚାକିରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ୭୦ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଭିଡିଓ କନଫରେନସିଂ ଜରିଆରେ ଦେଶର ୪୩ଟି ସ୍ଥାନରେ ମୋଦି ସରକାର ବାଣ୍ଟିବେ ନିଯୁକ୍ତି ପତ୍ର । ଗତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଯେ ଆଗାମୀ ଦେଢ ବର୍ଷରେ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦିଆଯିବ ।
କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ପଦକ୍ଷେପ ଅନୁଯାୟୀ ମଙ୍ଗଳବାର ଅର୍ଥାତ୍ ଜୁନ୍ ୧୩ ତାରିଖରେ ଦେଶର ୪୩ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଏହି ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ୭୦ ଯୁବକଙ୍କୁ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ସକାଳ ୧୦.୩୦ ରେ, ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ମେଳାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ନୂତନ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

ଆର୍ଥିକ ସେବା, ଡାକ ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ବିଭିନ୍ନ ବିଭାଗରେ ଯୋଗ ଦେବେ ଦେଶର ଅନେକ ଯୁବକ ଯୁବତୀ ।












Click it and Unblock the Notifications