ଆସନ୍ତାକାଲି ସ୍ୱାମୀତ୍ୱ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୧୦ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୨୩୦ଟି ଜିଲ୍ଲା ଅନ୍ତର୍ଗତ ୫୦ ହଜାରରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକଙ୍କୁ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ । ଶ୍ରୀ ମୋଦୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସ୍ୱାମୀତ୍ୱ ଯୋଜନା ଅଧୀନରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିବେ । ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏହି ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ ।

ଅତ୍ୟାଧୁନିକ ଡ୍ରୋନ୍‍ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମଗୁଡ଼ିକର ଜନବସତି ଅଞ୍ଚଳରେ ଘର ଥିବା ପରିବାର ଗୁଡ଼ିକୁ ଏହି ଯୋଜନା ଅଧୀନରେ ରେକର୍ଡ ଅଫ୍‍ ରାଇଟସ୍‍ ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ୩ ଲକ୍ଷ ୧୭ ହଜାରରୁ ଅଧିକ ଗ୍ରାମରେ ଡ୍ରୋନ୍‍ ସର୍ଭେ ଶେଷ ହୋଇଛି, ଯେଉଁଥିରେ କି ୯୨ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ଥିବା ଗ୍ରାମ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି ।

PM Modi

ସେହିଭଳି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମ ଲାଗି ୨ କୋଟି ୨୫ ଲକ୍ଷ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି । ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତି ୍ରପୁରା, ଗୋଆ, ଉତ୍ତରାଖଣ୍ଡ ଓ ହରିଆଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇସାରିଛି । ତେବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ସମେତ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରୋନ୍‍ ସର୍ଭେ ଶେଷ ହୋଇଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+