ବଢ଼ିବ ନୌସେନାର ବଳ, ଆଜି ସାମିଲ ହେବ ୩ ଲଢ଼ୁଆ ଯାହାଜ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଦୁଇଟି ନୌସେନା ଜାହାଜ ଏବଂ ଗୋଟିଏ ବୁଡ଼ା ଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭାରତୀୟ ନୌସେନାର ତିନୋଟି ଜାହାଜ ପ୍ରଥମଥର ପାଇଁ ଏକା ସଙ୍ଗରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରତିରକ୍ଷା ଉତ୍ପାଦନ ଏବଂ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଏହି ଲଢ଼ୁଆ ଜାହାଜ ଗୁଡ଼ିକ ବିଶେଷ ସହାୟତା ପ୍ରଦାନ କରିବ ।

ଦୁଇଟି ଯାକ ଜାହାଜ ଆଇ.ଏନ୍.ଏସ୍. ସୁରଟ ଏବଂ ଆଇ.ଏନ୍.ଏସ୍. ନୀଳଗିରି ଓ ବୁଡ଼ା ଜାହାଜ ଆଇ.ଏନ୍.ଏସ୍. ବାଘ୍ଶିରକୁ ନୌସେନା ଡକ୍ୟାଡ୍ର୍ରେ ରଖାଯାଇଛି । ଏହି ଜାହାଜ ଗୁଡ଼ିକରେ ମହିଳା ଅଧିକାରୀ ଏବଂ ନାବିକଙ୍କର ଏକ ବଡ଼ ଗ୍ରୁପ୍ କାର୍ଯ୍ୟକ୍ଷମ ରହିବ । ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ଆଜି ସନ୍ଧ୍ୟାରେ ଇସ୍କନ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ରାଧା ମଦନମୋହନଜୀ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications