ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ବିତର୍କ କରିବେ । ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା କରିବେ । ଆସନ୍ତାକାଲି ଲୋକସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଓ ବିତର୍କ କରିବା ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବେ । ବିରୋଧୀଦଳ ପକ୍ଷରୁ ଆଲୋଚନାରେ ଭାଗ ନେବା ପାଇଁ ଉପନେତା ଗୌରବ ଗୋଗୋଇ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚୟନ କରାଇଯାଇଛି । ନଭେମ୍ବର ୭ ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ମାତରମ୍ ର 150ତମ ବର୍ଷ ପାଳନ କରିବା ପାଇଁ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ଏବଂ ଛାତ୍ରମାନଙ୍କୁ ଗୀତର ଗୁରୁତ୍ୱ ବିଷୟରେ ଅଧିକ ସଚେତନ କରିବା ।

PM Modi

ଚଳିତ ସଂସଦ ଅଧିବେଶନରେ ସରକାର ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ "ବନ୍ଦେ ମାତରମ୍" ଉପରେ ଏକ ବିତର୍କ କରିବାକୁ ଆଗ୍ରହୀ ଥିଲେ, ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରେରଣାର ଉତ୍ସ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଥିଲେ ଯେ, କଂଗ୍ରେସ ୧୯୩୭ ମସିହାରେ ଗୀତରୁ ମୁଖ୍ୟ ପଦଗୁଡ଼ିକୁ ହଟାଇ ବିଭାଜନର ମଞ୍ଜି ବୁଣିଥିଲା । ଡିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନର ପ୍ରଥମ ଦୁଇ ଦିନର କାର୍ଯ୍ୟଧାରା ଏସାଇଆର ଉପରେ ବିରୋଧୀଙ୍କ ବିରୋଧ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+