ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ, ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେ ନାହିଁ ଯୋଗ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗର ଅଷ୍ଟମ ସାଧାରଣ ପରିଷଦ ବୈଠକ । ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ ଟି ବିରୋଧୀଦଳ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗନଦେବାର ନିଷ୍ପତ୍ତି ନେଇଛନ୍ତି । ଏହି ଖବର ସେତେବେଳେ ପ୍ରକାଶ ପାଇଥିଲା ଯେତେବେଳେ ୨୧ଟି ବିରୋଧୀ ଦଳ ୨୮ ମେ'ରେ ନୂତନ ସଂସଦ ଗୃହର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ନଦେବାର ନିଷ୍ପତ୍ତି ନେଇଥିଲା ।

ତେବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଯୋଗ ଦେବେ ନାହିଁ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ସିଏମ ଭଗୱନ୍ତ ମାନ, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ବିହାର ସିଏମ ନୀତୀଶ କୁମାର, ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ ଏବଂ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ଚେୟାରମ୍ୟାନ୍ ଅଟନ୍ତି। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୟୁନିଅନ୍ ଟେରିଟୋରୀର ଲେଫ୍ଟନାଣ୍ଟ ଗଭର୍ନର୍ସ ସାମିଲ ହେବେ । ଏହି ବୈଠକରେ ଆଠଟି ମୁଖ୍ୟ ଥିମ୍ ରହିଛି ଯେପରି ଏମ୍ଏସ୍ଏମ୍ଇ, ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ,ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଦକ୍ଷତା ବିକାଶ ଏବଂ ସାମାଜିକ ଭିତ୍ତିଭୂମି, ଏକ ବିକଶିତ ଭାରତ ପାଇଁ ଏହି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ବିହାରର ଜଣେ ବରିଷ୍ଠ ମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି ଯେ, ଆମର ସିଏମ ନୀତୀଶ କୁମାର ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ। ଶନିବାର ଦିନ ଦିଲ୍ଲୀ ଗସ୍ତରେ ତାଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ ।

Niti Aayog

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ନୀତି ଆୟୋଗ ବୈଠକର ବର୍ଜନ କରିବେ । ସେ କହିଛନ୍ତି, ଯେଉଁଠି ସଂଘୀୟ ଶାସନ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହେଲାଣି ସେଠାରେ ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କ'ଣ । ସେହିପରି ପଞ୍ଜାବର ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକ ସହ ଜଡିତ ପ୍ରସଙ୍ଗକୁ କେନ୍ଦ୍ର ସରକାର ଅବହେଳା କରୁଥିବାରୁ ସେ ଏହି ବୈଠକରୁ ଦୂରେଇ ରହିବେ। ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ଏହି ସଭାରେ ଯୋଗଦେବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+