17 ଲକ୍ଷ ଦୀପମାଳରେ ଚମକିବ ଅଯୋଧ୍ୟା, ଶ୍ରୀରାମଙ୍କ ରାଜ୍ୟାଭିଷେକ କରିବେ ପିଏମ ମୋଦି
ଆଜି ଅଯୋଧ୍ୟାରେ ଜଳିବ 17 ଲକ୍ଷ ଦୀପ । ଦୀପୋତ୍ସବ ପାଳନ କରି ସୃଷ୍ଟି ହେବ ରେକର୍ଡ ।
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ଜଳିବ 17 ଲକ୍ଷ ଦୀପ । ଦୀପୋତ୍ସବ ପାଳନ କରି ସୃଷ୍ଟି ହେବ ରେକର୍ଡ । ଗୁରୁ ବଶିଷ୍ଠଙ୍କ ଭୂମିକାରେ ଭଗବାନ ଶ୍ରୀ ରାମଙ୍କ ରାଜ୍ୟଭିଷେକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଅପରାହ୍ନ ପ୍ରାୟ 5.30ରେ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନଙ୍କ ଦର୍ଶନ ସହ ପୂଜା କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶରର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ କହିଛନ୍ତି ଯେ ପ୍ରାୟ ଅଢ଼େଇ ଘଣ୍ଟାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହର୍ଷି ବଶିଷ୍ଠ ଭୂମିକାରେ ନିଜର ରାଜ୍ୟାଭିଷେକ ପାଇଁ ଭଗବାନ ରାମଙ୍କ ପ୍ରଥମ ତିଲକ ପରିବେଷଣ କରିବେ । ଅଜୟ ପ୍ରତାପ ସିଂଙ୍କ ନେତୃତ୍ୱରେ ଦୀପୋତ୍ସବକୁ ସ୍ମରଣୀୀୟ କରିବା ପାଇଁ କରିବା ପାଇଁ 2ଶହରୁ ଅଧିକ ସଂଯୋଜକ, ସମସ୍ତ ଘାଟରେ ପ୍ରସ୍ତୁତ ଅଛନ୍ତି । ରବିବାର ସକାଳ 10ଟାରୁ ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ କଲେଜ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଘାଟରେ ମୁତୟନ ରହିଛନ୍ତି। ଘାଟ ସଂଯୋଜକଙ୍କ ତତ୍ତ୍ୱାବଧାନରେ ଦୀପ ଗଣନା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ଗଣନା କମିଟିର ସଦସ୍ୟମାନେ ଘାଟର ଦୀପ ଗଣନା କରିଥିଲେ।












Click it and Unblock the Notifications