ଆସନ୍ତାକାଲି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ର ପୂର୍ବତନ ରାଷ୍ଟ୍ରପତି ସାର୍ ଅନିରୁଦ୍ଧ ଜଗନ୍ନାଥ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ସିୱସାଗୁର ରାମଗୁଲାମଙ୍କୁ ପମ୍ପେଲ୍ମୁସେସ୍ ସ୍ଥିତ ସାର୍ ସିୱସାଗୁର ରାମଗୁଲାମ ବଟାନିକ୍ ଗାର୍ଡେନ୍ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦୀ ମରିସସ୍ର ପ୍ରଗତୀରେ ଏହି ଦୁଇ ନେତାଙ୍କ ସ୍ଥାୟୀ ଉତ୍ତରାଧିକାରୀ ଏବଂ ଭାରତ ମରିସସ୍ ସମ୍ପର୍କ ପାଇଁ ଏକ ଦୃଢ଼ ମୂଳଦୁଆ ନିର୍ମାଣରେ ସେମାନଙ୍କର ଭୂମିକାକୁ ମନେ ପକାଇଥିଲେ । ଏହି ଐତିହାସିକ ଉଦ୍ୟାନରେ ଶ୍ରୀ ମୋଦୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ୍ 'ଏକ୍ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏକ ବୃକ୍ଷ ରୋପଣ କରିଥିଲେ ।

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଡକ୍ଟର ରାମଗୁଲାମ୍ଙ୍କ ସମର୍ଥନ ଏକ ସବୁଜ ଏବଂ ଉନ୍ନତ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ଦେଶର ଭାଗିଦାରିତା ଏକ ପ୍ରତୀକ ଭାବେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତାକାଲି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଭାରତୀୟ ନୌସେନାର ଏକ ଜାହାଜ ସହ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏହି ସମାରୋହରେ ଅଂଶଗ୍ରହଣ କରୁଛନ୍ତି । ସାମୁଦ୍ରିକ ନିରାପତ୍ତା, ଦକ୍ଷତାବୃଦ୍ଧି ଏବଂ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି । ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ମରିସସ୍କୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ।












Click it and Unblock the Notifications