Get Updates
Get notified of breaking news, exclusive insights, and must-see stories!

27 ରେ ଜାପାନ ଯିବେ ପିଏମ ମୋଦି, ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ

27 ରେ ଜାପାନ ଯିବେ ପିଏମ ମୋଦି । ସେଠାରେ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ। 2 ମାସ ପରେ ହେବ ଆବେଙ୍କ ଅନ୍ତିମ ସଂସ୍କାର ।

ନୂଆଦିଲ୍ଲୀ: ଆସନ୍ତା 27 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତ କରୁଛନ୍ତି । ଏହି ଗସ୍ତରେ ପିଏମ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିବାର ଯୋଜନା ରହିଛି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ । ଦୁଇ ମାସ ତଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ନାହିଁ ।

pm modi-abe
ଏହାକୁ ବିରୋଧ କରି ବିବାଦ ଲାଗି ରହିଛି । ଜାପାନରେ ଜଣେ ବ୍ୟକ୍ତି ଆବେଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରି ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ । ଏଥିସହିତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସରକାର ପାଖାପାଖି 910 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯାଉଛନ୍ତି । ତେବେ ଏହାକୁ ନେଇ ଅଧିକ ବିରୋଧ କରାଯାଉଥିବା ଦେଖାଯାଉଛି । କାରଣ ଜନତାଙ୍କ ଅର୍ଥ ଏହି କାର୍ଯ୍ୟକ୍ରମ ଆୟୋଜନରେ ବ୍ୟବହାର ହେଉଛି ବୋଲି ଲୋକେ କହିଛନ୍ତି । ସିଞ୍ଜୋଙ୍କ ଅନ୍ୟେଷ୍ଟିରେ ଏତେ ଖର୍ଚ୍ଚ ବିରୋଧରେ ଟୋକିଓ କୋର୍ଟରେ ପିଟିସନ ଦାୟର କରାଯାଇଛି।

ଜୁଲାଇ ମାସ 8 ତାରିଖରେ ଜାପାନର ନାରା ସହରରେ ଏକ ମଞ୍ଚରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଅତର୍କିତ ଗୁଳିମାଡ ହୋଇଥିଲା । ଫଳରେ ସିଞ୍ଜୋଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲେ । ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା । ଭାରତ ଏବଂ ଜାପାନ ଭିତରେ ସୁସଂପର୍କ ଥିଲା । ଆବେଙ୍କ ମୃତ୍ୟୁ ଖବର ଜାଣିବା ପରେ ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଥିବା କହି ପ୍ରଧାନମମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+