କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି: କେଉଁ ପଟେ ଯିବେ ଓ କେଉଁଠି ରଖିବେ ଗାଡି ?

Traffic Advisory For PM Modi's Visit : ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ପ୍ରଧାନମନ୍ତ୍ରୀ 6ଷ୍ଠ ଥର ପାଇଁ ଓଡିଶା ଆସୁଛନ୍ତି । ଓଡିଶାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରିଯିବ । ଏନେଇ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାଠାରୁ ଆରମ୍ଭ କରି ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ତଥା ମହିଳାଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ କାର୍ଯ୍ୟ କିପରି ଶୃଙ୍ଖଳିତ ଭାବେ କରାଯିବ ସେଥିପାଇଁ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ-

ପ୍ରଧାନମନ୍ତ୍ରୀ ଶୁକ୍ରବାର ସାଢେ 3ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ଜନତା ମଇଦାନ ଯାଏ ଏକ ରୋଡଶୋର ଯୋଜନା କରାଯାଇଛି । ଏଥି ସହିତ ତ୍ରିରଙ୍ଗା ଶୋଭାଯାତ୍ରାରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବେ । ରୋଡ ଶୋ ବେଳେ ପ୍ରଧାନମନ୍ତ୍ରୀ ଜନତାଙ୍କ ଅଭିବାଦନ ଗ୍ରହଣ କରିବେ ।

କାର୍ଯ୍ୟସୂଚୀ ଅନୁସାରେ ୨୦ ତାରିଖ ଅପରାହ୍ନ ୨.୦୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ କୁଶୀ ନଗର ବିମାନବନ୍ଦରରୁ ବାୟୁ ସେନା ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ନ ୩.୪୦ ମିନିଟ ସମୟରେ ପହଞ୍ଚିବେ । ୩.୪୫ ରୁ ବିମାନବନ୍ଦରରୁ ବାହାରି ପ୍ରଧାନମନ୍ତ୍ରୀ ଏକ ରୋଡ ଶୋ'ରେ ୪.୧୫ ମିନିଟ ସମୟରେ ଜନତା ମୈଦାନରେ ପହଞ୍ଚିବେ । ଅପରାହ୍ନ ସାଢେ 4ଟାରେ ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ଏହା ସହିତ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ କରକମଳରେ ସମାହିତ ହେବ ।

PM Modi to arrive in Odisha tomorrow

ଏହି ଅବସରରେ ପ୍ରଧାନମନ୍ତ୍ରୀ 50 ହଜାରରୁ ଅଧିକ ଅନ୍ତଦୋୟ ଗୃହ ଯୋଜନା କାର୍ଯ୍ୟଦେଶ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ପଞ୍ଚାୟତିରାଜ ବିଭାଗ ନୋଡାଲ ବିଭାଗ ହେବ । ଏହି ଅବସରରେ ଯୋଜନା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ତଥା ଇ-ହୁଣ୍ଡିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ମହାପୁରୁଷଙ୍କ ଗାଁ ଆଦର୍ଶ ଗାଁ ଯୋଜନାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ କରିବାର ସମ୍ଭାବନା ରହିଛି । ଏହା ପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ୫.୩୫ ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିବା ସହ ୫.୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଫେରିବେ ।

କେମିତି ରହିଛି ସୁରକ୍ଷା ବ୍ୟବସ୍ଥା-

ପ୍ରଧାନମନ୍ତ୍ରୀଙ୍କ ଆସୁଥିବାରୁ ରାଜଧାନୀରେ ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସମାଗମ ହେବ । ଭିଆଇପି, ଭିଭିଆଇପିମାନଙ୍କ ସୁରକ୍ଷା ତଥା ଜନସାଧାରଙ୍କ ସୁଗମନାଗମଙ୍କୁ ଦୃଷ୍ଟିରେ ରଖି ଓଡିଶା ସହରାଞ୍ଚଳ ଆଇନ 2003ର ଧାରା 28(ଓଡିଶା ଆକ୍ଟ 2007ର ଧାରା 8) ଏବଂ ଭୁବନେଶ୍ବର-କଟକ, ପୋଲିସ କମିସନରେଟ (ଟ୍ରାଫିକ ଓ ପବ୍ଲିକ ଅର୍ଡର ) 2008ର ଧାରା 36 ଆଧାରରେ ଶୁକ୍ରବାର ଅନେକଗୁଡିଏ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସିଂହଙ୍କ ପକ୍ଷରୁ ଏକ ରୁଟ ଚାର୍ଟ ଜାରି କରାଯାଇଛି । ଏହି ରୁଟ ଚାର୍ଟ ଅନୁଯାୟୀ-

କାର୍ଯ୍ୟକ୍ରମ ପାଇଁ ଆସୁଥିବା ବସ ଗୁଡିକର ରୁଟ ଲାଇନ ବ୍ୟବସ୍ଥା -

-କଟକ ପଟୁ ଆସୁଥିବା ବସ ଗୁଡିକ (ଜାତୀୟ ରାଜପଥ ନମ୍ବର-16ରେ) ରସୁଲଗଡ ରେଲୱେ ଓଭରବ୍ରିଜ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ-ଆଚାର୍ଯ୍ୟ ବିହାର ଛକରୁ ଡାହାଣରେ ଆପୋଲୋ ହସ୍ପିଟାଲ -ସୈନିକ ସ୍କୁଲ ଯିବେ ।

-ଖୋର୍ଦ୍ଧା ପଟୁ ଆସୁଥିବ ବସ ଗୁଡିକ (ଜାତୀୟ ରାଜପଥ ନମ୍ବର-16ରେ)

ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ-ଆଚାର୍ଯ୍ୟବିହାର ଛକ -ବାମ ମୋଡ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ନାଲ୍କୋଚ୍ଛକ-କଳିଙ୍ଗ ହସପିଟାଲ ରାସ୍ତା, ରେଲୱେ କଲୋନୀ, ଗୋଳେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆଶୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରାଯିବ ।

ନନ୍ଦନ କାନୁନ ପଟୁ ଆସୁଥିବା ବସ-

ନାଲ୍କୋ ଛକ-କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସପିଟାଲ ଏବଂ ହାତିଆଶୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ ।

ପୁରୀ ପଟୁ ଆସୁଥିବା ବସ-

କଳ୍ପନା ଛସ-ରାଜମହଲ ଛକ-ବାମ ମୋଡ ହୋଇ ଶିଶୁଭବନ ଛକ, ପୁଣି ଡାହାଣ ମୋଡ ହୋଇ ଶିଶୁଭବନ ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଲାଇନରେ ପାର୍କିଂ କରିପାରିବେ ।

କେଉଁଠି ପାର୍କି କରିବେ କେଉଁ ପ୍ରକାର ଯାନ-

1-ବିମାନ ମନ୍ଦର ଗୋଲେଇଠାରୁ ପାଣିଟାଙ୍କି ଉଭୟ ପାର୍ଶ୍ଵ ରାସ୍ତାରେ ବାଇକ ଓ କାର ପାର୍କିଂ କରିବେ

2-ମେଟ୍ରୋଲଜିକାଲ ଗ୍ରାଉଣ୍ଡରେ ବାଇକ ଓ କାର ପାର୍କିଂ କରିବେ

3-ହସ୍ପିଟାଲଠାରୁ ଶିଶୁ ଭବନ ରାସ୍ତାରେ ବାଇକ ଓ କାର ପାର୍କିଂ କରିବେ

4-ଶାସ୍ତ୍ରୀ ନଗର ଠାରୁ ଇଂଜିନିୟରିଂ ଉଭୟ ପାର୍ଶ୍ଵ ରାସ୍ତାରେ ବାଇକ ଓ କାର ପାର୍କିଂ କରିବେ

5- ହିନ୍ଦ ସ୍କୁଲରେ ରାସ୍ତାରେ ବାଇକ ଓ କାର ପାର୍କିଂ କରିବେ

6-ବେହେରା ସାହି ନିକୋ ପାର୍କ ଉଭୟ ପାର୍ଶ୍ଵ ରାସ୍ତାରେ ବାଇକ ଓ କାର ପାର୍କିଂ କରିବେ

7-ସ୍ଵାଧୀନତା ସଂଗ୍ରାମୀ ପଡିଆ, ୟୁନିଟ -9ରେ ବାଇକ ଓ କାର ପାର୍କିଂ କରିବେ

8-କଳିଙ୍ଗ ଷ୍ଟାଡିୟମରେ କାର ଓ ବସ ପାର୍କିଂ କରିବେ

9-ସାଲିଆ ସାହି ଯାତ୍ରା ପଡିଆରେ କେବଳ କାର ପାର୍କିଂ କରିବେ

10-କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ କେବଳ କାର ପାର୍କିଂ କରିବେ

11-ଏକ୍ସ.ଆଇ.ଏମ.ବି ଠାରେ କେବଳ କାର ପାର୍କିଂ କରିବେ

12-ହାତୀଅଶୁଣୀଠାରୁ ଉତ୍କଳ ହସ୍ପିଟାଲ ରାସ୍ତାରେ କେବଳ ବସ ପାର୍କିଂ କରିବେ

13-ନାଇଜରଠାରେ ରହିଛି ମିଡିଆ ପାର୍କିଂ

14-ଓ.ଏସ.ଭି.ଏସ ଠାରେ ପାର୍କିଂ କରିବେ କେବଳ କାର

15-ସୈନିକ ସ୍କୁଲଠାରେ ପାର୍କିଂ କରିବେ କାର ଓ ବସ

16-ଜେ.କେ ପେପର ଲେନଠାରୁ ଶ୍ୟାମା ଧାମ ରାସ୍ତାରେ ପାର୍କିଙ୍ଗ ହେବ ଭିଆଇପି/କାରକେଡ ପାର୍କିଂ

17-ସର୍ଭେ ଅଫ ଇଣ୍ଡିଆ ଠାରୁ ଵାଇ ଜଙ୍କସନ ରୋଡରେ ପାର୍କିଂ କରି ପାରିବେ କାର

ଏହା ବ୍ଯତୀତ ଖୋର୍ଦ୍ଧା ପଟୁ ଭୁବନେଶ୍ବର ଦେଇ କଟକ ଆଡକୁ ଯିବାକୁ ଚାହୁଥିବା ଭାରିଯାନ (6 କିମ୍ବା ଅଧିକ ଚକିଆ ଟ୍ରକ, ଟ୍ରେଲର )ପୀତପଲ୍ଲୀ ଛକ ଠାରୁ ଚନ୍ଦକା ଦେଇ କଟକ ଯାଇପାରିବେ । ସେହିପରି କଟକ ପଟୁ ଆସୁଥିବା ଭାରୀ ଯାନ (6 କିମ୍ବା ଅଧିକ ଚକିଆ ଟ୍ରକ, ଟ୍ରେଲର ) ବାଲିକୁଦ ଛକଠାରୁ ତ୍ରିଶୂଳିଆ ଛକ ଦେଇ ପିତାପଲୀ ଛକ ଆଡକୁ ଯାଇ ପାରିବେ ।

ଉପରୋକ୍ତ କାର୍ଜ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହର ଏବଂ ଏହାର ଆଖପାଖ ରାସ୍ତାରେ ବିଶେଷ କରି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରୁ ଜନତା ମଇଦାନ ରାସ୍ତା ଭାୟା କ୍ୟାପିଟାଲ ହସ୍ପିଟାଲ ଛକ-ଏଜି ଛକ -ବାମ ମୋଡ -ରାଜଭବନ ଛକ -ଡାହାଣ ମୋଡ ଦେଇ ପାୱାର ହାଉସ ଛକ -120 ବାଟାଲିୟନ ଛକ- ଶାସ୍ତ୍ରୀ ନଗର ଛକ-ବେହେରା ସାହି ଛକ-ଜୟଦେବ ବିହାର ଛକ- ଏକ୍ସ. ଆଇ. ଏମ. ବି. ଛକ- ନାଲକୋ ଛକ ଏବଂ ଏହାର ସଂଯୋଗକାରୀ ରାସ୍ତାମାନଙ୍କରେ ଶୁକ୍ରବାର ଅପରାହ୍ନ 3ଟାରୁ 6ଟା କିମ୍ବା କାର୍ଯ୍ୟକ୍ରମ ସମାପ୍ତ ହେବ ପର୍ଯ୍ୟନ୍ତ ବ୍ୟାପକ ଟ୍ରାଫିକ ଜାମ ହେବାର ଅନୁମାନ କରାଯାଉଛି ।

ତେଣୁ ଏହି ଗାଇଡ ଲାଇନକୁ ଦେଖି ଉପରୋକ୍ତ ରାସ୍ତାରେ ଯାତାୟାତ ନ କରି ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ ପୋଲିସ ଅନୁରୋଧ କରିଛି । ତେବେ ଏହି ସବୁ କଟକଣା ଜରୁରୀକାଳୀନ ସେବାରେ ନିୟୋଜିତ ଫାୟାର ଓ ଆମ୍ବୁଲାନ୍ସ ନିମନ୍ତେ ଲାଗୁ ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+