ଆସନ୍ତାକାଲି ଇନଫିନିଟି ଫୋରମ ୨.୦ କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ମଂଚ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଇନଫିନିଟି ଫୋରମ୍‌ର ଦ୍ୱିତୀୟ ସଂସ୍କରଣର ଆୟୋଜନ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ୍ ସମିଟ ୨୦୨୪ର ଅଗ୍ରଦୂତ କାର୍ଯ୍ୟକ୍ରମ ରୂପରେ ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍‌ଏସ୍‌ସିଏ) ଏବଂ ଜିଆଇଏଫ୍‌ଟି ସିଟିର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି । ଏହି ଫୋରମ ଏକ ଏମିତି ମଂଚ ପ୍ରଦାନ କରେ, ଯେଉଁଠାରେ ସମଗ୍ର ବିଶ୍ୱର ପ୍ରଗତିଶୀଳ ଚିନ୍ତାଧାରା, ଜଟିଳ ସମସ୍ୟା, ଅଭିନବ ଜ୍ଞାନକୌଶଳ ଆବିଷ୍କାର, ଆଲୋଚନା ଏବଂ ସମାଧାନ ଏବଂ ସୁଯୋଗରେ ବିକଶିତ ହୁଏ ।

NARENDRA MODI

ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ହେଉଛି - 'ଜିଆଇଏଫ୍‌ଟି - ଆଇଏଫ୍‌ଏସ୍‌ସି: ନର୍ଭ ସେଂଟର ଫର୍ ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌' / ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର , ଯାହାକୁ ନିମ୍ନଲିଖିତ ତିନୋଟି ଟ୍ରାକ୍ ମାଧ୍ୟମରେ ସଂଯୋଗ କରାଯିବ:

ପ୍ଲେନାରି ଟ୍ରାକ୍‌: ଏକ ନୂତନ ଯୁଗର ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ନିର୍ମାଣ

ଗ୍ରୀନ୍ ଟ୍ରାକ୍‌: "ଗ୍ରୀନ୍ ଷ୍ଟେକ୍‌' ପାଇଁ ଏକ ପ୍ରସଙ୍ଗ ତିଆରି କରିବା

ସିଲ୍‌ଭର ଟ୍ରାକ୍‌: ଜିଆଇଏଫ୍‌ଟି - ଆଇଏଫଏସସିରେ ଦୀର୍ଘକାଳୀନ ଆର୍ଥିକ କେନ୍ଦ୍ର

ପ୍ରତ୍ୟେକ ଟ୍ରାକରେ ଜଣେ ବରିଷ୍ଠ ଉଦ୍ୟୋଗ ନେତାଙ୍କ ଦ୍ୱାରା ଏକ ଇନଫିନିଟି ଅଭିଭାଷଣ ପ୍ରଦାନ କରାଯିବ ଏବଂ ଭାରତ ଓ ସମଗ୍ର ବିଶ୍ୱର ଆର୍ôଥକ କ୍ଷେତ୍ରର ଶିଳ୍ପ ବିଶେଷଜ୍ଞ ଏବଂ ପେଶାଦାର ମାନଙ୍କର ଏକ ପ୍ୟାନେଲ ଦ୍ୱାରା ଆଲୋଚନା କରାଯିବ, ଯାହା ବ୍ୟବହାରିକ ବୁଝାମଣା ଏବଂ କାର୍ଯ୍ୟକାରୀ ସମାଧାନ ପ୍ରଦାନ କରିବ ।

ଏହି ମଂଚରେ ଆମେରିକା, ବ୍ରିଟେନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ସମେତ ୨୦ରୁ ଅଧିକ ଦେଶରେ ଭାରତ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ଦୃଢ଼ ଅନଲାଇନ୍ ଅଂଶଗ୍ରହଣ ସହିତ ୩୦୦ରୁ ଅଧିକ ସିଏକ୍ସଓ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଦେଶୀ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଦେଶୀ ଦୂତାବାସର ପ୍ରତିନିଧିମାନେ ଯୋଗ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+