ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି, କେରଳରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ମିଳିଲା ଧମକପୂର୍ଣ୍ଣ ଚିଠି । କେରଳରେ ଜାରି ହେଲା ହାଇ ଆଲର୍ଟ । କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନଙ୍କୁ ଏହି ଚିଠି ମିଳିବା ପରେ ସାରା ଦେଶରେ ଚହଳ ସୃଷ୍ଟି ହୋଇଯାଇଛି । ଏହି ଚିଠିରେ ଏପ୍ରିଲ ୨୪ ତାରିଖରେ କୋଚିରେ ହେବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆତ୍ମଘାତୀ ବୋମା ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି ।

କେ.ସୁରେନ୍ଦ୍ରନ ପୋଲିସକୁ ଏହି ଧମକପୂର୍ଣ୍ଣ ଚିଠି ହସ୍ତାନ୍ତର କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ଚିଠିରେ ଜଣେ ବ୍ୟକ୍ତିଙ୍କ ନାଁ ଓ ଠିକଣା ଲେଖାଯାଇଛି । ଯାହାପରେ ପୋଲିସ ସେହି ଠିକଣାରେ ପହଁଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା । ବ୍ୟକ୍ତି ଜଣଙ୍କ ଏହି ଚିଠି ବିଷୟରେ ଜାଣି ଭୟଭିତ ହୋଇ ପଡିଛନ୍ତି । ସେ ଏହି ଚିଠି ଲେଖି ନାହାଁନ୍ତି କେହି ତାଙ୍କ ନାଁ ଓ ଠିକଣାର ଅପବ୍ୟବହାର କରିଛନ୍ତି ବୋଲି ସେ ଦାବି କରିଛନ୍ତି ।

Narendra Modi

ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ଚିଠି ମିଳିବା ପରେ କେରଳରେ ହାଇଆଲାର୍ଟ ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପ୍ରତ୍ୟେକଟି ରାସ୍ତାରେ ଗାଡିଗୁଡିକୁ ଚେକିଂ କରାଯାଉଛି । ସେହିପରି ବସଷ୍ଟାଣ୍ତ, ରେଳ ଷ୍ଟେସନ ଏବଂ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଚିଠିଟି ଏକ ସପ୍ତାହ ପୂର୍ବରୁ କୋଚି ସ୍ଥିତ ବିଜେପି ଅଫିସକୁ ଆସିଥିଲା । ଯାହା ମାଲାୟଲମ ଭାଷାରେ ଲେଖାଯାଇଛି । ସୁରେନ୍ଦ୍ରନ ଏହି ଚିଠିକୁ ପୋଲିସ ଡିଡିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଚିଠିରେ ଲେଖାଯାଇଛି, ରାଜୀବ ଗାନ୍ଧିଙ୍କର ଅବସ୍ଥା ଯେପରି କରାଯାଇଥିଲା ମୋଦିଙ୍କର ମଧ୍ୟ ସେହି ଅବସ୍ଥା କରାଯିବ ।

ସୂଚନାଥାଉ ଯେ, ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କେରଳ ଗସ୍ତରେ ଯିବେ । ଏହି ସମୟରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବା ସହ ୱାଟର ମେଟ୍ରୋର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+